କୋଭିଡ ମୃତକଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। ଏଥିପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପାଳନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ଏହି ଏନଡିଏମଏ ଅନୁଯାୟୀ ସର୍ବନିମ୍ନ ରିଲିଫ୍ ମାନଦଣ୍ଡ ପ୍ରଦାନ କରିବାକୁ କେନ୍ଦ୍ର ବାଧ୍ୟ। ଯେଉଁଥିରେ କୋଭିଡ19 ଜନିତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ ନିୟମ ରହିଛି। ଆସନ୍ତା 6 ସପ୍ତାହ ମଧ୍ୟରେ ଆର୍ଥିକ ସହାୟତା ବାବଦରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ତେବେ କେେତେ ଟଙ୍କା ଆର୍ଥିକ ସହାୟତା ଦିଆଯିବ ସେ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ଆବଶ୍ୟକ ପଡ଼ିଲେ କୋଭିଡ ସଂକ୍ରମଣ ସହିତ ମୃତ୍ୟୁର କାରଣ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ କୋର୍ଟ କହିଛନ୍ତି। ପୁର୍ବରୁ ଏହି ପ୍ରସଙ୍ଗରେ ଦୁଇ ଆଇନଜୀବୀ ଏକ ପିଆଇଏଲ ଦାଖଲ କରିଥିଲେ। ହେଲେ ସରକାର ପକ୍ଷ ରଖି କହିଥିଲେ ପିଆଇଏଲ ଅନୁଯାୟୀ କହିଥିଲେ ପ୍ରତି ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଦେଲେ ବିପର୍ଯ୍ୟୟ ପାଣ୍ଠିରେ ଥିବା ପଇସା ଶେଷ ହୋଇଯିବ। ହେଲେ କେନ୍ଦ୍ରର ଏପରି ପକ୍ଷକୁ ଗ୍ରହଣ କରି ନାହାନ୍ତି ସରକାର।