?????

ଆପଣ ଗୋଟିଏ ଲିଟର ପେଟ୍ରୋଲ ଓ ଡିଜେଲ ପାଇଁ କେତେ ଟିକସ ଦେଉଛନ୍ତି?

ଭୁବନେଶ୍ୱର: ସାରା ଦେଶରେ ହୁ ହୁ ହୋଇ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ଦର ବଢି ଚାଲିଛି। ପେଟ୍ରୋଲ ଏବେ ଲିଟର ପିଛା 120 ମୁହାଁ ରହିଛି । ପ୍ରତିଦିନ ପ୍ରାୟତଃ 35 ପଇସା ପେଟ୍ରୋଲ ଓ ଡିଜେଲ ଦର ବଢୁଛି । ଯଦି ଏଭଳି ସ୍ଥିତି ଲାଗି ରୁହେ ତାହେଲେ ଫେବୃଆରୀ ବେଳକୁ ଦେଶବାସୀ ଗୋଟିଏ ଲିଟର ପେଟ୍ରୋଲ ପାଇଁ 150 ଟଂକା ଦେଉଥିବେ । ଏବେ କିନ୍ତୁ ଜାଣନ୍ତୁ ଆପଣ ଗୋଟିଏ ଲିଟର ତେଲ ପାଇଁ କେତେ ଟଂକା ଟିକସ ଆକାରରେ ଦେଉଛନ୍ତି ।

ପେଟ୍ରୋଲ ଦର

ନଭେମ୍ବର 1ର ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଲିଟର ପିଛା ଦର ହେଉଛି 48.43 ପଇସା । କେନ୍ଦ୍ର ଟିକସ ବାବଦରେ ନେଉଛି 32.90 ପଇସା, ରାଜ୍ୟ ସରକାର ଭ୍ୟାଟ ଆକାରରେ ନେଉଛନ୍ତି 25.96 ପଇସା ଏବଂ ଡିଲର କମିଶନ 3.39 ପଇସା । ଏହାକୁ ମିଶାଇଲେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 110.68 ପଇସା ରହିିିଛି ।

ଡିଜେଲ ଦର

ନଭେମ୍ବର 1ର ରିପୋର୍ଟ ଅନୁଯାୟୀ ଡିଜେଲ ଲିଟର ପିଛା ଦର ହେଉଛି 50.47 ପଇସା । କେନ୍ଦ୍ର ଟିକସ ବାବଦରେ ନେଉଛି 31.80 ପଇସା, ରାଜ୍ୟ ସରକାର ଭ୍ୟାଟ ଆକାରରେ ନେଉଛନ୍ତି 22.98 ପଇସା ଏବଂ ଡିଲର କମିଶନ 2.13 ପଇସା । ଏହାକୁ ମିଶାଇଲେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 107.38 ପଇସା ରହିିିଛି ।

Related Articles

Leave a Reply

Back to top button
error: Content is protected !!