କେରଳ ଛୁଇଁଲା, 10 ଦିନ ପରେ ଓଡ଼ିଶା ଛୁଇଁଁବ ମୌସୁମୀ !

ନୂଆଦିଲ୍ଲୀ: ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ ଜୁନ୍ 3ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କରେଳ ଛୁଇଁଛି। ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇ ଯାଇଛି। ଏବେ କେରଳରେ କ୍ରମାଗତ ଦୁଇ ଦିନ ପାଇଁ ଲଗାତାର 2.5 ମିଲିମିଟର କିମ୍ବା ଅଧିକ ବର୍ଷା ହେବ ବୋଲି ସୂଚନା ରହିଛି।ଏହାର 10-12 ଦିନ ପରେ ଓଡ଼ିଶାରେ ଏହି ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା 11 ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ଚଳିତ ବର୍ଷ 40 ପ୍ରତିଶତ ଆଶା ମୌସୁମୀ ସ୍ୱାଭାବିକ ହେବ ଏବଂ 21 ପ୍ରତିଶତ ସମ୍ଭାବନା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି। ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ହେଲେ ଲଗାତାର ତୃତୀୟ ବର୍ଷ ପାଇଁ ଏପରି ହେବ ବୋଲି କୁହାଯାଉଛି। 2019 ଓ 2020ରେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା। ଏହା ପୂର୍ବରୁ 1996, 97 ଓ 98 ତିନି ବର୍ଷ ଭାରତରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିଲା।