?????

ଏଣିକି ଅନ୍ ଲାଇନରେ କରିପାରିବେ ଭୋଟର ତାଲିକାର ସଂଶୋଧନ ଓ ଆବେଦନ

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ଏହା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଓ ଆବେଦନ ପାଇଁ ଆହ୍ୱାନ କରିଛନ୍ତି। ଅନ୍ ଲାଇନ୍ ଆପ୍ ଜରିଆରେ ଚଳିତ ବର୍ଷ ନୂଆ ଭୋଟର ତାଲିକାଙ୍କୁ ଆବେଦନ କରିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଅଫ୍ ଲାଇନ ପ୍ରକ୍ରିୟାରେ ଚାହିଁଲେ ଜଣେ ଆବେଦନ କରିପାରିବେ ବୋଲି ଜଣାପଡିଛି।

2022 ଜାନୁଆରୀ ସୁଦ୍ଧା 18 ବର୍ଷ ହେଉଥିବା ବ୍ୟକ୍ତି ମାନେ ଏଥିରେ ସାମିଲ ହୋଇ ପାରିବେ । ଏବଂ ଯୋଗ୍ୟ ଭୋଟର ହୋଇଥିବେ ତାଙ୍କର ଭୋଟର ଲିଷ୍ଟ ରେ ନାଁ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରୁ ନାଁ କାଟିବାକୁ ଚାହୁଁ ଥିବେ କିମ୍ୱା ତ୍ରୁଟି ସଂଶୋଧନ କରି ପାରିବେ। ଏହି ବ୍ୟବସ୍ଥା ଚଳିତ ଥର ଅନ ଲାଇନ ବ୍ୟବସ୍ଥା ମାଧ୍ୟମରେ କରାଯିବ । ପୂର୍ବରୁ ଏହା ଅଫ ଲାଇନରେ କରାଯାଉଥିଲା । ଏକ ସ୍ୱତନ୍ତ୍ର ଆପ ମଧାମରେ ଏହି ସଂଶୋଧନ ପ୍ରକ୍ରିୟା ଲୋକମାନେ କରି ପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ପ୍ରମାଣ ପତ୍ର ଲୋକମାନଙ୍କୁ ଦେବାକୁ ହେବ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ ଆପଣକୁ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପୀଡ଼ ପୋଷ୍ଟ ମାଧ୍ୟମରେ ଘରକୁ ପଠାଯିବ ।

ନଭେମ୍ବର 7 ଓ 21 ତାରିଖ ଅର୍ଥାତ ଏହି ମାସର ଦୁଇ ରବିବାରରେ ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀ ମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ କରିପାରିବେ । ଉପାନ୍ତ ଅଞ୍ଚଳରେ ସ୍ପେଶାଲ ଆରେଜମେଣ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ମାସକ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆପ୍ଲଏ କରି ପାରିବେ । ଏହାର ତର୍ଜମା ପାଇଁ 20 ଦିନ ସମୟ ଲାଗିବ। ଜାନୁଆରୀ 6 ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ବାଦ ଦେଇ ସାରିଛୁ । ଆହୁରି 4 ଲକ୍ଷ ଆବେଦନ ଏବେ ସୁଦ୍ଧା ରହିଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।

Related Articles

Leave a Reply

Back to top button
error: Content is protected !!