?????

ପଂଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ଝାରସୁଗୁଡାରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ

ଝାରସୁଗୁଡା: ପଂଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଫେବୃଆରୀ ୧୬ ଓ ୧୮ରେ ନିର୍ବାଚନ କରିବା ପାଇଁ ସ୍ଥିର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏ ନେଇ ଆଜି ପ୍ରେସ କନଫରେନସ କରି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଘୋଷଣା କରିଛନ୍ତି । 13 ତାରିଖରେ ଏ ନେଇ ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇବ।

୧୬ ତାରିଖରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଲଇକେରା, କିର୍ମିରା ଏବଂ ଝାରସୁଗୁଡା ବ୍ଲକ ରହିଛି । ଲଇକେରା ବ୍ଲକର ଦୁଇ ଜିଲ୍ଲା ପରିଷଦ, ୧୧ଟି ଗ୍ରାମ ପଂଚୟତ ସହିତ ୧୨୮ଟି ୱାର୍ଡ ରହିଛି । ସେହିପରି ଝାରସୁଗୁଡା ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ୍ ଏବଂ ୧୭ଟି ଗ୍ରାମ ପଂଚାୟତ, ୨୦୪ ୱାର୍ଡ ରହିଛି ।

ସେହିପରି ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । କୋଲାବିରା ଓ ଲଖନପୁର ବ୍ଲକରେ ଏହି ସମୟରେ ନିର୍ବାଚନ ହେବ । କୋଲାବିରା ବ୍ଲକର ଗୋଟିଏ ଜିଲ୍ଲା ପରିଷଦ, ୯ଟି ଗ୍ରାମ ପଂଚାୟତ ରହିଥିବାବେଳେ ୧୧୫ଟି ୱାର୍ଡ ରହିଛି । ସେହିପରି ଅନ୍ୟତମ ବ୍ଲକ ଲଖନପୁରରେ ୩ଟି ଜିଲ୍ଲା ପରିଷଦ ଜୋନ ରହିଥିବାବେଳେ ୩୩ଟି ଗ୍ରାମ ପଂଚାୟତ ଓ ୩୮୯ଟି ୱାର୍ଡ ରହିଛି ।

Related Articles

Leave a Reply

Back to top button
error: Content is protected !!