?????

ଓଡ଼ିଶା ରଣଜୀ କୋଚ ପଦବୀରୁ ଇସ୍ତଫା ଦେଲେ ଜାଫର

ଭୁବନେଶ୍ୱର: ଓଡ଼ିଶା ରଣଜୀ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର । ଓଡ଼ିଶା ପାଇଁ ସେ  ୨ଟି ସିଜିନ ରହିବା ପରେ କୋଚ୍ ପଦ ଛାଡ଼ିଛନ୍ତି ଓ୍ୱାସିମ୍ ଜାଫର । ଓ୍ୱାସିମ୍ ଜାଫର କୋଚ୍ ପଦ ଛାଡ଼ିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।  ୧୯ ବର୍ଷରୁ କମ୍ ବାଂଲାଦେଶ ଟିମ୍‌ର କୋଚ୍ ପଦ ଭାବେ ଦାୟିତ୍ୱ ନେବେ  ଓ୍ବାସିମ ଜାଫର । ଓଡ଼ିଶାର କୋଚ ହୋଇଥିଲେ ମଧ୍ୟ ଓଡ଼ିଶା ରଣଜୀ ଟ୍ରଫିରେ ସେପରି କିଛି ଆଖିଦୃଶିଆ ଖେଳ ଦେଖାଇପାରିନଥିଲା । 

ପୂର୍ବରୁ ମଧ୍ୟ ଜାଫର ଅଣ୍ଡର ୧୯ ବାଂଲାଦେଶ ଦଳର କୋଚ ଦାୟିତ୍ବ ତୁଲାଇଥିଲେ। ତେବେ ବାଂଲାଦେଶ ଜୁନିୟର ଦଳ ୨୦୧୯ରେ ୧୯ ବର୍ଷରୁ କମ ବାଂଲାଦେଶ ଦଳ ଜାଫରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇଥିଲା। ସେ ଏହି ବର୍ଷ ବିଶ୍ବ ଚାମ୍ପିଅନ ହୋଇଥିଲା ଭାରତ ଅଣ୍ଡର 19 ଦଳକୁ ହରାଇଥିଲା । ପୂର୍ବ ରେକର୍ଡ ଅନୁଯାଇ ପୁଣି ବାଂଲାଦେଶର ଅଣ୍ଡର 19 କୋଚ ହେବାକୁ ଯାଉଛନ୍ତି ଜାଫର ।

ଓଡ଼ିଶା କ୍ରିକେଟ ଆସୋସିଏସନ ତାଙ୍କୁ ଓଡ଼ିଶା କୋଚ ଦାୟିତ୍ବ ଦେବା ପୂର୍ବରୁ ସେ ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ ଦ୍ବାରା କୋଚ୍ ନିଯୁକ୍ତ ହୋଇଥିଲେ।

Related Articles

Leave a Reply

Back to top button
error: Content is protected !!