କ୍ରମାଗତ ୧୦ ଦିନ ଧରି ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ (ଶନିବାର ସକାଳ ନଅ ରୁ ରବିବାର ସକାଳ ନଅ) ଭାରତରେ ୧,୧୪, ୪୬୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଗତ ଦୁଇ ମାସ ମଧ୍ୟରେ ଏହା ସର୍ବନିମ୍ନ । କ୍ରମାଗତ ୧୦ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ମିଳିତ ପ୍ର୍ରଚେଷ୍ଟା ଫଳରେ ଏହା ସମ୍ଭବ ହୋଇପାରିଛି।
ସକ୍ରିୟ କରୋନା ମାମଲା ଭାରତରେ କ୍ରମାଗତ ହ୍ରାସ ପାଇଛି । ଦେଶରେ ସକ୍ରିୟ ମାମଲା ୧୫ ଲକ୍ଷ ତଳକୁ ହ୍ରାସ ପାଇଛି; ଆଜି ଏହା ରହିଛି ୧୪,୭୭,୭୯୯ । କ୍ରମାଗତ ଷଷ୍ଠ ଦିନରେ ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ୭୭,୪୪୯ ହ୍ରାସ ହୋଇଛି ଏବଂ ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୫.୧୩% ରହିଛି ସକ୍ରିୟ ମାମଲା ।
ଦେଶରେ ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମଣରୁ ମୁକ୍ତ ହେଉଥିବାରୁ କ୍ରମାଗତ ୨୪ ଦିନ ଧରି ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୮୯,୨୩୨ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଦୈନିକ ନୂଆ ସଂକ୍ରମଣ ତୁଳନାରେ ୭୪,୭୭୨ ଜଣ ଅଧିକ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ କୋଭିଡ-୧୯ରୁ ମୋଟ ୨,୬୯,୮୪,୭୮୧ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ଜାତୀୟ ସୁସ୍ଥତା ହାର ୯୩.୬୭% ରହିଛି ଏବଂ କ୍ରମେ ଏହା ବୃଦ୍ଧି ପାଉଛି।