?????

ଡିସେମ୍ବର ୨୨ରୁ ବିଜେପିର ମଣ୍ଡି ଚାଲ ଅଭିଯାନ

ଭୁବନେଶ୍ୱର: ସରକାରୀ ଅଧିକାରୀ ଓ ମିଲର୍ସଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ଓଡ଼ିଶା ସରକାର ସାରା ରାଜ୍ୟରେ ଧାନ ସଂଗ୍ରହ କେନ୍ଦ୍ର ଖୋଲିବାରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ଆଣି ବିଜେପି ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।

ମଣ୍ଡି ଚାଲ ଅଭିଯାନ ଡିସେମ୍ବର ୨୨ରୁ ଆରମ୍ଭ ହୋଇ ଡିସେମ୍ବର ୨୮ ଯାଏ ଚାଲିବ। ଏବଂ ଡିସେମ୍ବର ୨୧ ତାରିଖରେ ଧାନ କିଣାରେ ଅନିୟମିତତା ନେଇ ବିଜେପି ୫୮ଟି ଉପଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏଥିସହ ପଶ୍ଚିମ ଓଡ଼ିଶାରେ ଧାନ ଚୋରା ଚାଲାଣ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ସରକାର ଠିକ୍ ସମୟରେ ଧାନ ସଂଗ୍ରହ କେନ୍ଦ୍ର ଖୋଲି ନ ପାରିବାରୁ ପଶ୍ଚିମ ଓଡ଼ିଶାର ଚାଷୀମାନେ ଛତିଶଗଡ଼ର ମିଲର୍ସଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ପଶ୍ଚିମ ଓଡିଶାରେ ନିର୍ଦ୍ଧାରିତ ସମୟ ସୀମାର ୧୫ ଦିନ ପୂର୍ବରୁ ଧାନ ସଂଗ୍ରହ କେନ୍ଦ୍ର ଖୋଲାଗଲା। ଅପରପକ୍ଷରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଧାନ ସଂଗ୍ରହ କେନ୍ଦ୍ର ଏଯାଏ ଖୋଲି ନାହିଁ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଉପକୂଳ ଓଡ଼ିଶାରେ ଏକ ମାସ ପରେ ଧାନ ସଂଗ୍ରହ କେନ୍ଦ୍ର ଖୋଲିବ। ଡିସେମ୍ବର ୧ ତାରିଖରେ ଧାନ ସଂଗ୍ରହ କେନ୍ଦ୍ର ଖୋଲିବା କଥା। ସେପଟେ ଆସନ୍ତା ୩୦ ତାରିଖରେ ଧାନ ସଂଗ୍ରହ କେନ୍ଦ୍ର ଖୋଲିବାକୁ ସମବାୟ ସମିତିଗୁଡ଼ିକୁ ସରକାର ସୂଚନା ଦେଇଛନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଠିକ୍ ସମୟରେ ଧାନ ସଂଗ୍ରହ କେନ୍ଦ୍ର ନ ଖୋଲିଲେ ଧାନ ସଂଗ୍ରହ କେନ୍ଦ୍ର ଖୋଲିବାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ଯସାଚ୍ଚୀ ନାୟକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୪ ହଜାର ଚାଷୀଙ୍କୁ ୧୧୦୪ କୋଟି ଟଙ୍କା ଦିଆଯାଇଛି। ପଶ୍ଚିମ ଓଡ଼ିଶାରେ ମଣ୍ଡି ଖୋଲି ସାରିଛି। ଡ଼ିଏଲପିସି ଯେଉଁଠି ଯେବେ ନିଷ୍ପତ୍ତି ନେବ ସେଇ ଅନୁସାରେ ମଣ୍ଡି ଖୋଲେ। ମଣ୍ଡି ବ୍ୟବସ୍ଥାରେ କେଉଁଠିବି ବିଭ୍ରାଟ ହୋଇନାହିଁ। ଯଦି ବିରୋଧୀ ମଣ୍ଡି ବୁଲିବାକୁ ଯାଉଛନ୍ତି ଯାଆନ୍ତୁ କିଛି ସମସ୍ୟା ନାହିଁ।

 

Related Articles

Leave a Reply

Back to top button
error: Content is protected !!