?????

ବେଲପାହାଡରେ ବିଜେଡିର ମହିଳା ସମାବେଶ

ଝାରସୁଗୁଡା: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ସମସ୍ତ ରାଜନୌତିକ ଦଳ ପ୍ରଚାରକୁ ଜୋରଦାର କରିଥିବା ବେଳେ ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ବେଲପାହାଡରେ ବିଜେଡି ଏକ ବିଶାଳ ମହିଳା ସମାବେଶ କରିଛି ।

ଏହି ବୈଠକରେ ନବୀନ ପଟ୍ଟନାୟକ ସରକାର ମହିଳାମାନଙ୍କ ପାଇଁ କରିଥିବା ସମସ୍ତ କାମ ବିଷୟରେ ଆଲୋଚନା ହୋଇଥିଲା । କିଭଳି ଆହୁରି ମହିଳା ସଶକ୍ତି କରଣ ହେବ ସେ ନେଇ ନେଇ ବିଜେଡି ପ୍ରାଥି ଅଳକା ମହାନ୍ତିଙ୍କୁ ଭୋଟ ଭିକ୍ଷା ଦେବାକୁ ଅନୁରୋଧ କରିଥିଲେ ଉପସ୍ଥିତ ନେତା ।

ବୈଠକରେ ଉପସ୍ଥିତ ଥିବା ନେତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ଅନେକ କାମ କରିଛନ୍ତି । ତାଙ୍କ ଲୋକପ୍ରିୟତାକୁ ଦେଖି ବେଲପାହାଡରେ ଏତେ ସଂଖ୍ୟାରେ ଜନ ସମାବେଶ ହୋଇଛି । ଲୋକମାନେ କାମ ଦେଖି ଭୋଟ୍ ଦେଉଛନ୍ତି । ରାଜ୍ୟରେ କେବଳ ବିଜେଡି ହିଁ ନାରୀ ସଶକ୍ତିକରଣ ଉପରେ କାମ କରୁଛି ବୋଲି ସେ କହିଥିଲେ ।

ସେହିପରି ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ କହିଛନ୍ତି, ବିଭିନ୍ନ ୱାର୍ଡକୁ ବୋଲି ସେ ପ୍ରଚାର କରୁଛନ୍ତି । ମହିଳାଙ୍କ ସମର୍ଥନ ମଧ୍ୟ ରହିଛି । ଯେଉଁ ଏସଏଚଜି ଗ୍ରୁପ ଗଠନ ହୋଇଛି ତାହା ଦଳ ପାଇଁ ବଡ ଭୋଟ୍ ବ୍ୟାଙ୍କ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହି ବୈଠକରେ ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ମାହାଙ୍ଗା ବିଧାୟକ ଅତନୁ ସବ୍ୟାସାଚ୍ଚୀ ନାୟକ ଉପସ୍ଥିତ ଥିଲେ ।

Related Articles

Leave a Reply

Back to top button
error: Content is protected !!