?????

ଜିଲ୍ଲାର କୋଭିଡ ହସ୍ପିଟାଲରେ ଆଇସିୟୁ ସେବା ଯୋଗାଇଲା ବେଦାନ୍ତ

ଝାରସୁଗୁଡ଼ା: ଜିଲ୍ଲାର କୋଭିଡ ହସ୍ପିଟାଲରେ ଆଇସିୟୁ ସେବା ପାଇଁ ସହଯୋଗର ହାତ ବଢ଼ାଇଛି ବିଶ୍ୱର ଅନ୍ୟତମ ଅଗ୍ରଣୀ ଶିଳ୍ପ ସଂସ୍ଥା ବେଦାନ୍ତ। ଝାରସୁଗୁଡାର ଜିଲ୍ଲାର କୋଭିଡ ହସ୍ପିଟାଲରେ ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ସହିତ ଆଇସିୟୁ ସୁବିଧା ଯୋଗାଇଛି ବେଦାନ୍ତ। ଏହି ସେବାର ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋକ ଦାସ। ଭରଚୁଆଲ ମିଡିଆରେ ଏହି ସମାରୋହ ହୋଇଥିଲା। ଏଥିରେ ଜିଲ୍ଲପାଳ ସରୋଜ କୁମାର ସାମଲ, ବେଦାନ୍ତର ପ୍ରମୁଖ ଅଧିକାରୀ ହର୍ଷପାଲ ସିଂ ଏବଂ ବୀରେନ୍ଦ୍ର ତିୱାରୀ, ବରଗଡ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଯୋଗ ଦେଇଥିବା ବେଦାନ୍ତ ପକ୍ଷରୁ କୁହାଯାଇଛି ଏହି ମହାମାରୀ ସମୟରେ ରାଜ୍ୟ ସରକାରକୁ ସମସ୍ତ ସହାୟତା ପ୍ରଦାନ କରୁଛୁ। ଜିଲ୍ଲାର କୋଭିଡ ହସ୍ପିଟାଲକୁ ସମସ୍ତ ପ୍ରକାର ସହଯୋଗ କରିବାକୁ କମ୍ପାମୀ ପ୍ରତିଶ୍ରୁତିବଦ୍ଧ। କମ୍ପାନୀ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଅଛି।

ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ମଧ୍ୟ ବେଦାନ୍ତ କମ୍ପାନୀର ସହଯୋଗକୁ ପ୍ରଶଂସା କରିଛନ୍ତି। ଝାରସୁଗୁଡାର କୋଭିଡ ହସପିଟାଲରେ ଆଇସିୟୁ ବେଡ୍ ସହାୟତା ପାଇଁ ବେଦାନ୍ତର କାମ ପ୍ରଶଂସନୀୟ। ଏବେର ସମୟରେ ଆଇସିୟୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

କୋଭିଡ ଲଢ଼େଇ ପାଇଁ ଝାରସୁଗୁଡାରେ ବେଦାନ୍ତ ଅନେକ ପଦକ୍ଷେପ ନେଇଛି। ଦ୍ୱିତୀୟ ଲହରର ମୁକାବିଲା ପାଇଁ କମ୍ପାନୀ କୋଭିଡ ହସ୍ପିଟାଲକୁ 20ଟି ଆଇସିୟୁ ବେଡ୍, 20 ଭେଣ୍ଟିଲେଟର, 200 ଅକ୍ସିଜେନ ଫ୍ଲୋମିଟର ଏବଂ 2000 N95 ମାସ୍କ ସହାୟତା କରିଛି। ସେହିପରି ନିରନ୍ତର ବିଦ୍ୟୁତ ସେବାକୁ ସୁନିଶ୍ଚିତ କରିବା ପାଇଁ ହସ୍ପିଟାଲରେ ଏକ ଡିଜେଲ ଜେନେରେଟର (ଡିଜି) ସେଟ୍ ଲଗାଇଛି। ଗତବର୍ଷ ମଧ୍ୟ କରୋନାର ପ୍ରଥମ ଲହର ବେଳେ ବେଦାନ୍ତ ଅନେକ ପ୍ରଶଂସନୀୟ କାମ କରିଥିଲା।

Related Articles

Leave a Reply

Back to top button
error: Content is protected !!