?????
ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ଆଉ ଏକ ଲଘୁଚାପ ସୃଷ୍ଟ

ଭୁବନେଶ୍ୱର: ଜୁନ୍ ୧୧ ବେଳକୁ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ୧୦ରୁ ୧୪ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହି ସମୟରେ ଅର୍ଥାତ୍ ୧୪ ଓ ୧୫ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଓଡ଼ିଶା ଛଇଁବ ବୋଲି ପୁର୍ବାନୁମାନ ରହିଛି। ତେଣୁ ଜୁନ୍ ୧୦ରୁ ଓଡ଼ିଶା ଭିଜିବ ଏବଂ ୧୫ ବେଳକୁ ଭାସିବ ବୋଲି କୁହାଯାଉଛି ଯଦି ପୂର୍ବ ଆକଳନ ଅନୁ।ଯାୟୀ ପାଗ ରୁହେ ତ।
ତେବେ ରାଜ୍ୟ ସରକାର ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଛନ୍ତି। ବିଭିନ୍ନ ବିଭାଗର ସଚିବ, ଅଗ୍ନିଶମ, ଓସଡମାକୁ ସତର୍କ ରହିବାକୁ କହିବା ସହିତ ସମଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରି ଦେଇଛନ୍ତି। ୧୦ ଓ ୧୧ତାରିଖରେ ସମୁଦ୍ର ଅଶାନ୍ତ ରହିବା ସହ ୪୦-୫୦କିମି ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।