?????
କୋଭିଡର ପରବର୍ତ୍ତୀ ଜଟିଳତାର ଶିକାର ବିଧାୟକ ତାରା ବାହିନୀପତି

ଜୟପୁର: ନିକଟରେ କୋଭିଡ ନେଗେଟିଭ ରିପୋର୍ଟ ପାଇବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ କୋରାପୁଟର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଏବେ ସେ କିନ୍ତୁ କରୋନାର ପରବର୍ତ୍ତୀ ଜଟିଳତାର ଶିକାର ହୋଇଛନ୍ତି। ଏ ନେଇ ତାରା ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜର ବାର୍ତ୍ତା ଜାରି କରିଛନ୍ତି।
ତେଣୁ ସେ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଯିବାକୁ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି। ଅନେକ ଶୁଭେଚ୍ଛୁ ଫୋନ କରୁଥିବାରୁ ସେ ଅସୁସ୍ଥତା ପାଇଁ ଫୋନ୍ ଉଠାଇବା ସମ୍ଭବପର ହୋଇପାରୁ ନାହାନ୍ତି ବୋଲି କହିଛନ୍ତି। ତେଣୁ ତାଙ୍କୁ କ୍ଷମା କରିଦେବାକୁ ନିବେଦନ କରିବା ସହିତ 10 ଦିନ ପାଇଁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ ଅଫ୍ କରୁଥିବା ସେ କହିଛନ୍ତି।