?????

ପୌର ନିର୍ବାଚନରେ ମତଦାନରେ ସାମିଲ ହେବ ନୋଟା

ଭୁବନେଶ୍ୱର: ରାଜ୍ୟରେ ପଂଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ ।.ଏହା ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ ଶୁକ୍ରବାର ଘୋଷଣା କରିଛନ୍ତି ଯେ ଚଳିତଥର ପୌର ନିର୍ବାଚନରେ ଇଭିଏମ୍ ବ୍ୟବହାର ହେବ । ଏହି ଇଭିଏମରେ ନୋଟା ବିକଳ୍ପ ରହିବ। ଭୋଟରଙ୍କୁ ଭୋଟ୍ ଦେବା ସମୟରେ ସେମାନଙ୍କର ଅଧିକାର ଏବଂ ବିଚାରଧାରାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ନୋଟାକୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି।

ବିଧାନସଭା ଏବଂ ଲୋକସଭା ନିର୍ବାଚନ ବେଳେ ଦେଶର ନିର୍ବାଚନ ଆୟୋଗ ନୋଟାର ବିକଳ୍ପ ପ୍ରଦାନ କରିଥାନ୍ତି। ସମ୍ବିଧାନର ଧାରା 243 ZA ଅନୁଯାୟୀ ଏଥିର ରାଜ୍ୟ ନିର୍ବାଚନ ଆୟୋଗ ପୌର ନିର୍ବାଚନରେ ସାଧାରଣ ନିର୍ବାଚନ ଭଳି ଭୋଟରଙ୍କୁ ନୋଟାର ବିକଳ୍ପ ପ୍ରଦାନ କରାଇଛନ୍ତି। ଇଭିଏମର ଶେଷ ପ୍ୟାନେଲରେ ଏହି ନୋଟା ପ୍ରିଣ୍ଟ୍ ହେବ ।

Related Articles

Leave a Reply

Back to top button
error: Content is protected !!