ଝାରସୁଗୁଡା ଜେଲ ଉପ କାରାଗାରରେ ୬୮ କଏଦୀ କରୋନା ପଜିଟିଭ୍

ଝାରସୁଗୁଡ଼ା: ଝାରସୁଗୁଡାରେ ଦିନକୁ ଦିନ କୋରନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ଜିଲ୍ଲାରେ ଥିବା ଉପ କାରଗାରରେ ୬୮ କଏଦୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ଉପ-କାରାଗାର ଅଧିକାରୀ।
ଉପ କାରାଗାରରେ ରହୁଥିବା ୨୮୨ ଜଣଙ୍କୁ ଚାରୋଟି ପର୍ଯ୍ୟାୟରେ ନମୁନା ସଂଗ୍ରହ କରାଯାଇଥିଲା। ଗତ ୧,୨,୫ ଓ ୬ ତାରିଖରେ ସମସ୍ତଙ୍କ ନମୁନା ସଂଗ୍ରହ କରାଯାଇଥିଲା। ତେବେ ୬୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାରୁ ୨ଟି ୱାର୍ଡରେ ଆଇସୋଲେଶନ ରେ ରଖାଯାଇଛି ଓ ସମସ୍ତଙ୍କୁ ଔଷଧ ଦିଆଯାଇଛି ବୋଲି ଜେଲର ଦେବେନ୍ଦ୍ର ଥାଟି ସୂଚନା ଦେଇଛନ୍ତି ।
ତେବେ କୋରନା ଆକ୍ରାନ୍ତ ହୋଇଥିବା କଏଦୀ ଙ୍କ ପାଇଁ ଜେଲ ଭିତରେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ଜଣଙ୍କ ଶରୀର ଅତ୍ୟନ୍ତ ଖରାପ ଥିବାରୁ ତାଙ୍କୁ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିବା କହିଛନ୍ତି ଝାରସୁଗୁଡା ଜେଲ କର୍ତୁପକ୍ଷ। ଜେଲ ମଧ୍ୟରେ କରୋନା ଚିହ୍ନଟ ହେବା ଘଟଣା ଜେଲ କର୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି।