?????

ଖସୁଛି ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ଥଣ୍ଡା

ଭୁବନେଶ୍ୱର: ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୁଭୂତ ହେଉଛି ଶୀତ । ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳେ ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ୯.୬ ଡ଼ିଗ୍ରୀ ଏବଂ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀ ରେ ୧୧.୫ ଡ଼ିଗ୍ରୀ ରହିଛି। ସେହିପରି ରାତି ବେଳା ଟ୍ୱିନ ସିଟିରେ ୧୭ ଡ଼ିଗ୍ରୀ ଛୁଇଁଛି ପାରଦ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆଭ୍ଯନ୍ତରୀଣ ଓଡ଼ିଶାରେ ଦିନେ ଦୁଇ ଦିନ ମଧ୍ୟରେ ରାତିରେ ତାପମାତ୍ରା ଆହୁରି ଖସିପାରେ। କିନ୍ତୁ ଉପକୂଳରେ ତାପମାତ୍ରା ଖସିବାର ସମ୍ଭାବନା ନାହିଁ।

ରାତିବେଳା ଜି.ଉଦୟଗିରି ଠାରେ ୯.୬ ଡ଼ିଗ୍ରୀ, କୋରାପୁଟ ସିମିଳିଗୁଡାରେ ୧୦.୩ ଡିଗ୍ରୀ, ଫୁଲବାଣୀରେ ୧୧.୫ ଡିଗ୍ରୀ, ସୁନ୍ଦରଗଡ କିରେଇରେ ୧୧.୭ ଡିଗ୍ରୀ, ଦାରିଙ୍ଗିବାଡିରେ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କଟକରେ ୧୭ ଡିଗ୍ରୀ ଏବଂ ଭୁବନେଶ୍ବରରେ ୧୭.୧ ଡିଗ୍ରୀ ରହିଛି ତାପମାତ୍ରା। ସେହିପରି ଦେବଗଡରେ ୧୩.୬ ଡିଗ୍ରୀ, ସୁନ୍ଦରଗଡରେ ୧୪ ଡିଗ୍ରୀ, ବୌଦ୍ଧରେ ୧୪ ଡିଗ୍ରୀ, ହୀରାକୁଦରେ ୧୪.୭ ଡିଗ୍ରୀ, ଅନୁଗୁଳରେ ୧୫ ଡିଗ୍ରୀ, କୋରାପୁଟରେ ୧୨ଡିଗ୍ରୀ, ଝାରସୁଗୁଡାରେ ୧୨.୬ ଡିଗ୍ରୀ, ଭବାନୀପାଟଣାରେ ୧୨.୮ ଡିଗ୍ରୀ, କେନ୍ଦୁଝରରେ ୧୩.୨ ଡିଗ୍ରୀ, ସମ୍ବଲପୁର ଚିପିଲିମାରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି।

Related Articles

Leave a Reply

Back to top button
error: Content is protected !!