?????

ବିସିଜେଡି ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଝାରସୁଗୁଡା:ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ କରାଯାଇଛି । ଏଲ ଏନ କଲେଜ ପରିସରରେ ଆୟୋଜିତ ହୋଇଥିଲା ଏହି ଅଭିଯାନ । ଏହାର ନେତୃତ୍ୱ ନେଇଥିଲେ ବିସିଜେଡିର ଜିଲ୍ଲା ସଭାପତି ପଳାଶ କର୍ମକାର। ଏହି ସ୍ୱଚ୍ଛତା ଅଭିଯାନରେ ବିସିଜେଡିର ସାଧାରଣ ସମ୍ପାଦକ ଗୌରବ ବାରିକି, ବିସିଜେଡିର ରାଜ୍ୟ ଅତିରିକ୍ତ ସଚିବ କୈଳାଶ ଚଇନି, ବିସିଜେଡି ପୌରପାଳିକା ସଭାପତି ରଣଜିତ ତ୍ରିପାଠୀ ଏବଂ ଜିଲ୍ଲା ବିସିଜେଡିର ଅନ୍ୟାନ୍ୟ ଅଧିକାରୀ । 2 ଅକ୍ଟୋବରରୁ 2 ନଭେମ୍ବର ମଧ୍ୟରେ ଜିଲ୍ଲାରେ ବିସିଜେଡି ବିଭିନ୍ନ ସାମାଜିକ କାମ ଏବଂ ରକ୍ତ ଦାନ ଆୟୋଜନ କରିବ।

Related Articles

Leave a Reply

Back to top button
error: Content is protected !!