?????

ପୁରୁଣା ଯୋଜନା, ନୂଆ ନାଁ: ଏଣିକି ମାଗଣା ମିଳିବ ଚାଉଳ

ଭୁବନେଶ୍ୱର: କେନ୍ଦ୍ର ସରକାର ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭାବରେ ନାମିତ କରିଛନ୍ତି। ଏହା ପୂର୍ବରୁ ଅନ୍ତୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନାକୁ ଅନୁମୋଦନ ଦେଇଥିଲା। ଯାହା ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ ହୋଇଛି। ବର୍ଷକ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ପଦକ୍ଷେପ ପୂର୍ବରୁ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀମାନେ ସବସିଡିଯୁକ୍ତ ହାରରେ ଖାଦ୍ୟଶସ୍ୟ କିଣୁଥିଲେ। ଯାହା ରାଜ୍ୟରେ ଟଙ୍କିକିଆ ଚାଉଳ ଭାବେ ପରିଚିତ। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ରାଜ୍ୟ କିଛି ଟଙ୍କା ତହବିଲରୁ ଖର୍ଚ୍ଚ କରୁଥିଲେ। ଏହାପରେ ହିତାଧିକାରୀ ୧ ଟଙ୍କା ଦେଇ କିଲେ ଚାଉଳ କିଣୁଥିଲେ। ଏହାଦ୍ୱାରା ପ୍ରାୟ ୮୧ କୋଟି ହିତାଧିକାରୀ NFS ଦ୍ୱାରା ଉପକୃତ ହେଉଥିଲେ।

ମୋଦି ସରକାରଙ୍କ ଏହି ମାଗଣା ଚାଉଳ ଦ୍ୱାରା ୩ କୋଟି ୨୪ ଲକ୍ଷ ୫୭୪ ଲୋକ ଉପକୃତ ହେବେ। ୨୦୨୦-୨୧ ତଥ୍ୟ ଅନୁଯାୟୀ ଏକ କେଜି ଚାଉଳ ପିଛା ୩୨ଟଙ୍କା ୯୧ ପଇସା ରହିଛି। ଏଥିପାଇଁ ପୂର୍ବରୁ କେନ୍ଦ୍ର ଦେଉଥିଲା ୨୯ ଟଙ୍କା। ରାଜ୍ୟ ୨ ଟଙ୍କା ୭୬ ପଇସା। ହିତାଧିକାରୀ ୧ ଟଙ୍କା ଦେଉଥିଲେ। ସେହିପରି ୨୦୧୮ ରେ ରାଜ୍ୟ ସରକାର ୯ ଲକ୍ଷ ଲୋକଙ୍କୁ ନିଜ ତରଫରୁ ୫ କେଜି ଚାଉଳ ଦେବାକୁ ଘୋଷଣା କରିଥିଲେ। ଏବେ ପୁରା ଆର୍ଥିକ ବୋଝ ନିଜ ଉପରକୁ ନେଲେ କେନ୍ଦ୍ର ସରକାର।

ହେଲେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ନିଜର କହି ଶ୍ରେୟ ନେବାକୁ ପ୍ରୟାସ କରିବା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚାଉଳ, ଗହମ ଏବଂ ଶସ୍ୟକୁ ସମସ୍ତ ଯୋଗ୍ୟ ପରିବାରଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ। ଅର୍ଥାତ ହିତାଧିକାରୀଙ୍କୁ ୧ ଟଙ୍କା ଦେବାକୁ ପଡ଼ିବନି। କେବଳ ବ୍ୟାଗ ଧରି ଆସିବେ ଆଉ ନିଜ ହକ ପିଡିଏସ ଦୋକାନରୁ ନେଇଯିବେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଚାଉଳ ଦିଆଯାଉଥିଲା। କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ ହୋଇଥିଲା। ଏହି ଯୋଜନାରେ ଆଉ ୫ କେଜି ଚାଉଳ ମାଗଣାରେ ଦିଆଗଲା । ଦୁଇଟି ଯୋଜନାରେ ହିତାଧିକାରୀ ପାଉଥିଲେ ୧୦ କିଲୋ ଚାଉଳ। ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀ ଏହାଦ୍ୱାରା ଉପକୃତ ହେଉଥିଲେ। ଜାନୁୟାରୀ ୧ ତାରିଖରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିଦେଲା କେନ୍ଦ୍ର ସରକାର। ଏବେ ହିତାଧିକାରୀ କେବଳ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନାର ନାଁ ବଦଳାଇ ୫ କିଲୋ ଚାଉଳ ପାଇବେ। ପରେ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନାର ନାଁ ବଦଳାଇ ହେଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା।

 

Related Articles

Leave a Reply

Back to top button
error: Content is protected !!