?????

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଖାଇବା ମେନୁରେ ସାମିଲ ହେଲା ପଖାଳ, ଶାଗ

ନୂଆଦିଲ୍ଲୀ: ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଚର୍ଚ୍ଚାରେ। ଭାରତର ଏହି ପଞ୍ଚଦଶ ରାଷ୍ଟ୍ରପତିଙ୍କୁ ସାରା ଦେଶରୁ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି। ସେ ନିଜ ଭିତରେ ଏକ ପ୍ରେରଣା। ଜୀବନରେ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଆଜି ଏହି ସର୍ବୋଚ୍ଚ ପଦବୀରେ ବସିଛନ୍ତି। ତାଙ୍କ ଦୁଇ ପୁଅ ଏବଂ ସ୍ୱାମୀଙ୍କ ମୃତ୍ୟୁ ପରେ ମୁର୍ମୁ ଦୃଢ ମନୋଭାବ ପାଇଁ ଆଜି ସମ୍ବିଧାନର ସବୁଠୁ ଉଚ୍ଚ ଆସନରେ ବସିଛନ୍ତି।

ସେ ଜଣେ ଶାକାହାରୀ। ପ୍ରଜାପତି ବ୍ରହ୍ମକୁମାରୀରେ ସକ୍ରିୟ ରହିଛନ୍ତି। ଧ୍ୟାନ ଏବଂ ଜୀବନର ବିଭିନ୍ନ ସରଳ ଉପାୟକୁ ଅବଲମ୍ବନ କରି ସେ ବିଭିନ୍ନ ଘାତ, ପ୍ରତିଘାତର ସାମ୍ନା କରିଛନ୍ତି ବୋଲି ରାଷ୍ଟ୍ରପତି ହେବା ପୂର୍ବରୁ ଏକ ଓଡିଆ ଚ୍ୟାନେଲକୁ ସାକ୍ଷାତକାରରେ କହିଥିଲେ। ତେଣୁ ସେ ଆଜି ନିଜେ ଏକ ପ୍ରେରଣା। ତେବେ, ମ୍ୟାଡାମ୍ ରାଷ୍ଟ୍ରପତି କ’ଣ ଖାଇବାକୁ ଭଲ ପାଆନ୍ତି।

ରାଷ୍ଟ୍ରପତି ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ରାଞ୍ଚି ରାଜ ଭବନରେ ଭିଆଇପି ମାନଙ୍କ ପାଇଁ ଓଡିଆ ରୋଷେଇ ଯୋଡିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସେ ଭାରତର ରାଷ୍ଟ୍ରପତି ହୋଇଥିବାରୁ ତାଙ୍କ ବାସଭବନ ରାଇସିନା ହିଲସରେ ତାଙ୍କ ପ୍ରିୟ ଓଡିଆ ଖାଦ୍ୟକୁ ମେନୁରେ ଅନ୍ତର୍ଭୁକ୍ତ କରିଛନ୍ତି। ଏଥିରେ ତାଙ୍କର ପ୍ରିୟ ‘ପଖାଳ’, ଭାତ, ଶାଗ ଆଦି ଅନେକ ଓଡିଆ ଖାଦ୍ୟକୁ ସାମିଲ କରିଥିବା ଜଣାପଡିଛି। ଯେଉଁଥିରେ ସଜନା ଶାଗ ଏବଂ ଆଳୁ ଭରତା, ମସଲା ଆଳୁ ଆଦି ଅନେକ ଖାଦ୍ୟ ଏବେ ମହକିବ ରାଇସିନା ହିଲସରେ ଥିବା ଖନ୍ଦା ଶାଳରେ।

ଏହି ଖାଦ୍ୟଗୁଡ଼ିକ ରାଷ୍ଟ୍ରପତି ଭବନରେ ଥିବା ରୋଷେଇ ଘରେ ପ୍ରସ୍ତୁତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଶାକାହାରୀ । ସେ ପିଆଜ ଏବଂ ରସୁଣ ଖାଆନ୍ତି ନାହିଁ। ତେଣୁ ତାଙ୍କର ଖାଦ୍ୟ ପସନ୍ଦକୁ ଧ୍ୟାନରେ ରଖି ଏକ ନୂଆ ମେନୁ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାନ ଭାଉଜ ଏହା କହିଛନ୍ତି।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ମଧ୍ୟରେ ମେନୁରେ ବଙ୍ଗାଳୀ ଖାଦ୍ୟ ଯୋଡି ହୋଇଥିଲା। ଏବେ ଓଡିଆ ଖାଦ୍ୟ ଯୋଡି ହୋଇଛି। ତେବେ ରାଷ୍ଟ୍ରପତି ଉବନକୁ ପ୍ରତିିଦିନ ବାହାରୁ ଅତିଥି ଆସନ୍ତି। ତେଣୁ ସେମାନଙ୍କ ମଧ୍ୟ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଏପରି ସ୍ଥିତିରେ ଆଗାମୀ ଦିନରେ ରାଷ୍ଟ୍ରପତି ଭବନକୁ ଆସୁଥିବା ଅତିଥି ଓଡିଆ ଖାଦ୍ୟର ମଜା ନେଇପାରନ୍ତି।

Related Articles

Leave a Reply

Back to top button
error: Content is protected !!