?????

ଦୁଇ ଦିନିଆ ଜାତୀୟ ହୋମିଓପାଥି ଆଲୋଚନାଚକ୍ର ଉଦଯାପିତ

ଝାରସୁଗୁଡ଼ା: ଦୁଇ ଦିନିଆ ଜାତୀୟ ହୋମିଓପାଥି ଆଲୋଚନାଚକ୍ର ଗୁରୁବାର ଶେଷ ହୋଇଛି। ଏହି ଦୁଇଦିନିଆ ଆଲୋଚନାଚକ୍ର 21ରୁ 22 ଡିସେମ୍ବର ଯାଏ ଚାଲିଥିଲା । ଏହି ଦୁଇଦିନିଆ ଆଲୋଚନା ଚକ୍ରରେ ବିଭିନ୍ନ ରାଜ୍ୟର ହୋମିଓପାଥି ଛାତ୍ରଛାତ୍ରୀ ଓ ଡାକ୍ତରମାନେ ଯୋଗ ଦେଇଥିଲେ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଆଦି ରାଜ୍ୟରୁ ହୋମିଓପାଥି କଲେଜ ଯୋଗ ଦେଇଥିଲେ।

ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ହୋମିଓପାଥିକ ଚିକିତ୍ସା ପଦ୍ଧତିକୁ କେତେ ପ୍ରଭାବୀ ଢଙ୍ଗରେ ବ୍ୟବହାର କରାଯାଇ ପାରିବ। ବିଶିଷ୍ଟ ହୋମିଓପ୍ୟାଥି ଓ ନାଇମିନାଥ ହୋମିଓପ୍ୟାଥି ମେଡିକାଲ କଲେଜ, ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରଦୀପ ଗୁପ୍ତା କହିଛନ୍ତି, ସମସ୍ତ ପ୍ରକାରର ମେଡିକାଲ ଏମରଜେନ୍ସିକୁ ହୋମିଓପ୍ୟାଥି ମେଡିସିନ୍ ବ୍ୟବହାର କରି ଅତି ସହଜରେ ଓ ଅତି ପ୍ରଭାବଶାଳୀ ଭାବେ ଚିକିତ୍ସା କରାୟାଇପାରିବ। ଆମେ ନଇମିନାଥରେ କେବଳ ହୋମିଓପାଥି ଔଷଧ ବ୍ୟବହାର କରି ମାଯୋକାର୍ଡିଆଲ ଇନଫ୍ରାକ୍ସନ (ହାର୍ଟ ଆଟାକ), କାର୍ଡିଓଭାସ୍କୁଲାର ଦୁର୍ଘଟଣା, ସେରେବ୍ରୋ ଭାସ୍କୁଲାର ଦୁର୍ଘଟଣା (ପାରାଲିସିସ୍)ର ଚିକିତ୍ସା କରୁଛୁ। ହୋମିଓପାଥି ଜଟିଳ ଅବସ୍ଥାରେ ବହୁତ ଶୀଘ୍ର କାମ କରିଥାଏ ଏବଂ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଇନଥାଏ ଏବଂ ଏହା ବହୁତ ବ୍ୟୟବହୁଳ ଅଟେ ଯାହାଦ୍ୱାରା ପ୍ରତ୍ୟେକ ନାଗରିକ ଏହାର ଖର୍ଚ୍ଚ ବହନ କରିପାରିବେ।

ହୋମିଓପାଥିକୁ ନେଇ ଏକ ଭ୍ରମ ରହିଛି ଯେ ଏହା ବହୁତ ଧୀର ଗତିରେ କାମ କରେ କିନ୍ତୁ ଯଦି ଆମେ ରୋଗୀଙ୍କ ଚିକିତ୍ସା ପାଇଁ ଏକ ସଠିକ୍ ପଦ୍ଧତି ବ୍ୟବହାର କରିବା ହୋମିଓପାଥି ବହୁତ ଶୀଘ୍ର କାମ କରେ ଏବଂ ଏହା କିଛି ମିନିଟରେ ଫଳ ଦେଇଥାଏ ସେ ଆହୁରି କହିଛନ୍ତି।

ଏହି ଆଲୋଚନାଚକ୍ରରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ବିମାନ ନିର୍ଦ୍ଦେଶକ ପବନ ଜୁତ୍ସିଙ୍କ ସମେତ ବିଭିନ୍ନ ସ୍ଥାନର ସୁନାମଧନ୍ୟ ହୋମିଓପାଥିକ ଡାକ୍ତର ଯୋଗ ଦେଇଥିଲେ।

Related Articles

Leave a Reply

Back to top button
error: Content is protected !!