?????

୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସ ପରିଦର୍ଶନ କଲେ ପୋଷ୍ଟାଲ ସେକ୍ରେଟରୀ

ଝାରସୁଗୁଡା: ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସକୁ ହେରିଟେଜ ବିଲଡିଂରେ ପରିଣତ କରାଯିବ । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶନିବାର କେନ୍ଦ୍ର ସରକାରଙ୍କ ପୋଷ୍ଟାଲ ସେକ୍ରେଟରୀ ଭିନିତ ପାଣ୍ଡେ ଝାରସୁଗୁଡା ଗସ୍ତରେ ଆସିଥିଲେ। ଏହି ସମୟରେ ଝାରସୁଗୁଡାରେ ଥିବା ଇଂରେଜ ଅମଳର ପୋଷ୍ଟ ଅଫିସର ସ୍ଥିତି ପରଖିଥିଲେ।

ଭିନିତ ପାଣ୍ଡେ କହିଛନ୍ତି, ଏହି ପୋଷ୍ଟ ଅଫିସ ଦେଶର ଏକ ଐତିହ୍ୟ। ଏହାର ସୁରକ୍ଷା ପାଇଁ ଡାକ ବିଭାଗ ସମସ୍ତ କାମ କରିବ। ଆସନ୍ତା ଏପ୍ରିଲରୁ ଏହାକୁ ହେରିଟେଜ ବିଲଡିଂ ଭାବେ ରୂପାନ୍ତରିତ କରିବା ପାଇଁ କାମ ଆରମ୍ଭ ହେବ।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡାର ଏହି ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ଡାକଘର ସୌଧ’ ଭାବେ ଘୋଷଣା କରିବା ସହ ଏହାର ପୁନଃଉଦ୍ଧାର, ରକ୍ଷଣାବେକ୍ଷଣ ଓ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ କେନ୍ଦ୍ର ଦୂରସଂଚାର ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପୋଷ୍ଟ ଅଫିସ ୧୮୯୫ ମସିହାରେ ତିଆରି ହୋଇଥିଲା। ସ୍ଵାଧୀନତା ପୁର୍ବରୁ ପଶ୍ଚିମ ଓଡିଶାରେ ଝାରସୁଗୁଡା ଅର୍ଥନୈତିକ ପେଣ୍ଠସ୍ଥଳି ଭାବେ ପରିଣତ କରିବାରେ ଏହି ୧୨୬ ବର୍ଷ ପରୁଣା ଝାରସୁଗୁଡାର ଆଧୁନିକ ଇତିହାସରେ ବେଶ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ତେଣୁ ଏହି ଡାକଘରର ପୁନଃରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଅନୁଧ୍ୟାନ କରି ଯାଇଥିଲେ ବୋଲି କହିଥିଲେ। ଏହାପରେ ଶନିବାର କେନ୍ଦ୍ର ସରକାରଙ୍କ ଡାକ ବିଭାଗର ସେକ୍ରେଟରୀ ବିନୀତ ପାଣ୍ଡେ ପରିଦର୍ଶନ କରିଥିଲେ।

Related Articles

Leave a Reply

Back to top button
error: Content is protected !!