?????

12.19 କୋଟି ଠକେଇ ଅଭିଯୋଗରେ ଦୁଇ ଜଣ ଗିରଫ

ଝାରସୁଗୁଡା: ଝାରସୁଗୁଡା ପୋଲିସ ରବିବାର ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଦୁଇ ଜଣ ହେଲେ ରାଜସ୍ଥାନର ଚେନା ରାମ ସାଇନି ଅନ୍ୟ ଜଣେ ଆକାଶ ପାଠକ। 12 କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଏହି ଦୁଇ ଜଣ। ଓଡ଼ିଶା ବେଙ୍ଗଲ କ୍ୟାରିଅର ଲିମିଟେଡ କମ୍ପାନୀର ରସିଦ ଜାଲିଆତି କରି ଠକେଇ କରିବା ଅଭିଯୋଗରେ ପୁଲିସ ଏହି ଦୂଇ ଜଣଙ୍କୁ ଗିରଫ କରିଛି।

ନିକଟରେ ଓଡ଼ିଶା ବେଙ୍ଗଲ କ୍ୟାରିଅର ଲିମିଟେଡର ମାଲିକ ରବି ଅଗ୍ରୱାଲ ଏକ ଏଫଆଇଆର ଦେଇଥିଲେ। ଯେଉଁଥିରେ ସାଇନି ଡାଲ୍ ଡକ୍ୟୁମେଣ୍ଟ ତଥା ରସିଦ ତିଆରି କରି 12.19 କୋଟି ଟଙ୍କାର ଠକେଇ କରିଥିଲା ବୋଲି ସେ ଅଭିଯୋଗ କରିଥିଲେ। ପରେ ପୁଲିସ ଅଭିଯୋଗ ଆଧାରରେ ତଦନ୍ତ କରି ଗିରଫ କରିଛି।

ପୁଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଚେନା ରାମ ସାଇନିକୁ ରାଞ୍ଚିରୁ ଗିରଫ କରିଛି ଏବଂ ଆଶିର୍ବାଦ କ୍ରିଏସନ୍ ପ୍ରିଣ୍ଟିଂ ପ୍ରେସର ଆକାଶ ପଠକଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତଙ୍କୁ ଜେରା ପରେ ଜଣାପଡିଥିଲା ​​ଯେ ଅଭିଯୁକ୍ତ ଚେନା ରାମ ସାଇନି ଆଶିର୍ବାଦ ପ୍ରିଣ୍ଟିଂ ପ୍ରେସରୁ ଜାଲ୍ କାଗଜ ପତ୍ର ତିଆରି କରି ଅନେକ ଜମି, ବିଳାସପୂର୍ଣ୍ଣ କାର କିଣିଥିଲା।

Related Articles

Leave a Reply

Back to top button
error: Content is protected !!