?????

44 କୋଟି ଟିକା କିଣିବାକୁ କେନ୍ଦ୍ର କଲା ଅର୍ଡର

ନୂଆଦିଲ୍ଲୀ: କେନ୍ଦ୍ର ସରକାରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ 25 କୋଟି ଡୋଜ୍ କୋଭିଶିଲ୍ଡ କିଣିବା ଲାଗି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଅର୍ଡର ଦିଆଯାଇଥିବା ବେଳେ 19 କୋଟି ଡୋଜ୍ କୋଭାକ୍ସିନ କ୍ରୟ ନିମନ୍ତେ ଭାରତ ବାୟୋଟେକକୁ ଅର୍ଡର ଦିଆଯାଇଛି। କରୋନା ଟିକାର ଏହି 44 କୋଟି (25+19) ଡୋଜ୍ ଆଜିଠାରୁ ଡିସେମ୍ବର 2021 ମଧ୍ୟରେ ଉପଲବ୍ଧ ହେବ। ଏହାବ୍ୟତୀତ ଦୁଇ କୋଭିଡ ଟିକା କିଣିବା ନିମନ୍ତେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକକୁ 30 ପ୍ରତିଶତ ଅଗ୍ରିମ ରାଶି କେନ୍ଦ୍ର ସରକାର ଦେଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ 18 ବର୍ଷରୁ ଅଧିକ ଆୟୁର ସମସ୍ତ ନାଗରିକମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ମାଗଣାରେ ଟିକା ଦିଆଯିବ। ପ୍ରଧାନମନ୍ତ୍ରୀ ଏ ସଂକ୍ରାନ୍ତରେ ଘୋଷଣା କରିବାର ତୁରନ୍ତ ପରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ମାର୍ଗଦର୍ଶିକାରେ ଗତକାଲି ପରିବର୍ତ୍ତନ କରାଯାଇଛି।

Related Articles

Leave a Reply

Back to top button
error: Content is protected !!