ଗାଁ ଗାଁରେ ଲୋକଙ୍କ ତାପମାତ୍ରା ଓ ଅକ୍ସିଜେନ ପରୀକ୍ଷା କରାଇଲା ଝାରସୁଗୁଡା ବିଜେପି

ଝାରସୁଗୁଡ଼ା: କରୋନା ଏବେ ଦେଶ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। କାରଣ ଏହି ଅଦୃଶ୍ୟ ଭୂତାଣୁ ଏବେ ଗାଁ ମୁହାଁ ହୋଇଛି। ଯେଉଁଠି ଅଧିକାଂଶ ସଚେତନ ନାହାନ୍ତି ଏହି ମହାମାରୀ ବାବଦରେ। ଏଭଳି ସ୍ଥିତିରେ ପ୍ରାଥମିକ ମୁକାବିଲା ଏହା ଯେ କିଭଳି ଗାଁ ଲୋକେ କରୋନା ବାବଦରେ ଅଧିକରୁ ଅଧିକ ସଚେତନ ହେବେ। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି।
ତେବେ ଭାରତୀୟ ଜନତା ପାର୍ଟି ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ୍ ହୋଇଯାଇଛି। ଝାରସୁଗୁଡ଼ା ମଣ୍ଡଳ ପକ୍ଷରୁ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ମଣ୍ଡଳ ସଭାପତି ନେତାଜୀ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକଙ୍କୁ ସଚେତନତା କରାଯାଉଛି। ବର୍ତ୍ତମାନ ସ୍ଥିତିରେ ଲୋକେ କରୋନା ପରୀକ୍ଷା କରିବାକୁ ଭୟ କରୁଛନ୍ତି। ତେଣୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ବହୁ ମାତ୍ରାରେ ରହିଛି।
ତେଣୁ ଝାରସୁଗୁଡ଼ା ସହର ନିକଟବର୍ତ୍ତୀ ଗାଁ ସାରସମାଲ ଠାରେ ବସ୍ତି ବାସିନ୍ଦାଙ୍କ ଶରୀରର ତାପମାତ୍ରା ଓ ଅକ୍ସିଜେନ ମାତ୍ରା ପରୀକ୍ଷା କରାଇଛି ବିଜେପି ପକ୍ଷରୁ। ଏଥିସହ ମାସ୍କ ନଥିବା ବ୍ୟକ୍ତିଙ୍କୁ ମାସ୍କ ବାଣ୍ଟିଛି ବିଜେପି। ଝାରସୁଗୁଡ଼ା ଜିଲ୍ଲା ବିଜେପି କର୍ମୀ ମାନେ ନିଜକୁ ସୁରକ୍ଷିତ ରଖି ଓ ସାମାଜିକ ଦୂରତାକୁ ପାଳନ କରି 54 ଜଣଙ୍କ ଘରେ 178 ଜଣଙ୍କ ପରୀକ୍ଷା କରିଥିଲେ ବିଜେପି କର୍ମୀ। ଆଉ ଜରୁରୀକାଳୀନ ପରସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ ହେଲ୍ପ ଲାଇନ ନମ୍ୱର ଏବଂ ଝାରସୁଗୁଡ଼ା ବିଜେପି ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ୱର 7077831515 ବିଷୟରେ ମଧ୍ୟ ଅବଗତ କରାଯାଇଥିଲାl
ଗାଁ ଗାଁରେ ଏହି ସଚେତନ ପ୍ରକ୍ରିୟାରେ ସାମିଲ୍ ଥିଲେ ଉପସ୍ଥିତ ଥିଲେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବବଲୁ ସିଂ, ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ଥିରାଣୀ, ମନୋଜ କଲେତ, ରବି ସାହୁ, ବିରେନ ଡୁଙ୍ଗରି, ରାଜୁ ମୁଣ୍ଡା
ପ୍ରମୁଖ ଉପସ୍ଥିତ ଥିଲେ।