ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି

ଝାରସୁଗୁଡ଼ା ବିଶିଷ୍ଟ ଶିକ୍ଷାବିତ୍ ତଥା ଜଣାଶୁଣା ପରିବେଶବିତ୍ ଜୀବ ବିଜ୍ଞାନି ତଥା ବନ୍ୟ ପ୍ରାଣୀ ସଂରକ୍ଷକ ପ୍ରଫେସର ଧ୍ରୁବରାଜ ନାୟକଙ୍କ ବିୟୋଗରେ ପୃଥିବୀ ବିଜ୍ଞାନ କ୍ଲବ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ୱର୍ଗତ ଧ୍ରୁବରାଜ ଅବସର ନେବା ପରେ ତାଙ୍କ ଗାଁରେ ରହୁଥିଲେ। ଏହି ସମୟରେ ସେ ଏକ ଜଙ୍ଗଲ ତିଆରି କରିଥିଲେ। ତାଙ୍କର ପରିବେଶ ଓ ମା ମାଟି ପ୍ରତି ଥିବା ଶ୍ରଦ୍ଧା ଓ ମମତାକୁ ସମ୍ମାନ ଜଣାଇ ଆଜି ବିଜ୍ଞାନ ଓ ପରିବେଶ ପ୍ରେମୀ ବିରାଟ ରାଜା ପ୍ରଧାନ ଙ୍କ ନେତୃତ୍ୱରେ କ୍ଲବ ତରଫରୁ ବୃକ୍ଷ ରୋପଣ କରାଯାଇଛି।
ଏହି ପରୀପ୍ରେକ୍ଷୀରେ ଲହଣ୍ଡାବୁଡ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯକ୍ରମରେ କ୍ଲବ ତରଫରୁ ବୃକ୍ଷ ରୋପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସେହିପରି ସମସ୍ତ ପରିବେଶ ପ୍ରେମୀ,ପ୍ରକୃତି ପ୍ରେମୀ ତଥା ତାଙ୍କୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ଏକ ବୃକ୍ଷରୋପଣ କରି ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିବାକୁ କ୍ସବ ପକ୍ଷରୁ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକ (83) ରବିବାର ହତ୍ୟାର ଶିକାର ହୋଇଛନ୍ତି। ସେ ତାଙ୍କ ଘରେ ଥିଲେ। ଏହି ସମୟରେ ଜଣେ ମଦ୍ୟପ ଯୁବକ ତାଙ୍କ ଘରେ ପଶି ତାଙ୍କଠାରୁ ଟଙ୍କା ମାଗିଥିଲେ। ଶ୍ରୀଯୁକ୍ତ ନାୟକ କିନ୍ତୁ ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏବଂ ପରେ ପୋଲିସକୁ ଏ ବିଷୟରେ ଜଣାଇଥିଲେ। ଏହାପରେ ଯୁବକ ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।