?????

କଂଗ୍ରେସ ଶାସିତ ରାଜ୍ୟରେ ଟିକା ନଷ୍ଟ ଅଧିକ

ନୂଆଦିଲ୍ଲୀ: ଦେଶରେ ଟିକାର ଅଭାବ ବେଳେ ଅନେକ ରାଜ୍ୟକେ ଟିକା ବ୍ୟବହାର ହୋଇନପାରି ଅପଚୟ ହେଉଛି। ପରିବହନ, ସଂରକ୍ଷଣ ଏବଂ ଟିକାକରଣ କେନ୍ଦ୍ରରେ ମୁଖ୍ୟତଃ ଟିକା ଅପଚୟ ହେଉଛି।

ମିଳିଥିବା ତଥ୍ୟ ଅନୁସାରେ ଟିକା ନଷ୍ଟ କରିବାରେ ସବୁଠୁ ଆଗରେ ରହିଛି ଝାଡଖଣ୍ଡ ପରେ ଛତିଶଗଡ଼। ଝାଡଖଣ୍ଡ ପରି ରାଜ୍ୟ 37.3% ପର୍ଯ୍ୟନ୍ତ ଅପଚୟ କରିଥିବା ବେଳେ ଛତିଶଗଡ 30.2% ଟିକା ଅପଚୟ କରିଛି।

ସେହିପରି ତାମିଲନାଡୁ 15.5%, ଜମ୍ମୁ କଶ୍ମୀରରେ 10.8% ଏବଂ ମଧ୍ୟପ୍ରଦେଶରେ 10.7% ଟିକା ଅପଚୟ ହୋଇଛି। ଦେଶରେ ସର୍ବମୋଟ୍ 6.3% ଟିକା ଅପଚୟ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ଟିକାର ଅଭାବକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ସମାଲୋଚନା କରୁଥିବା ବେଳେ ଝାଡଖଣ୍ଡ ଏବଂ ଛତିଶଗଡ଼ରେ ଟିକାର ଅପଚୟ ସର୍ବାଧିକ ରହିଛି।

Related Articles

Leave a Reply

Back to top button
error: Content is protected !!