?????

ବିଧାନ ପରିଷଦ ସଂକଳ୍ପ, କିଏ କହୁଛି ସତ ?

ଭୁବନେଶ୍ୱର: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଘୀୟ ବ୍ୟବସ୍ଥାର ଉଦାହରଣ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାରଙ୍କୁ ପ୍ରଶଂସା କରିଥିଲେ । ମୋଦିଙ୍କ ଏପରି ଉଦବୋଧନ ପଂଚାୟତ ନିର୍ବାଚନ ବେଳେ ବିଜେଡି ଏବଂ ବିଜେପି ସଂପର୍କ ପଦାରେ ପଡିିଥିଲା । ଆଉ ଏହାପରେ ସଂସଦରେ ଆବାସ ପୋର୍ଟାଲ ଏବଂ ବିଧାନ ପରିଷଦ ପ୍ରସଙ୍ଗରେ ପୁଣିଥରେ ରାଜ୍ୟର ଦୁଇ ପ୍ରମୁଖ ଦଳ ପରସ୍ପରକୁ ଦେଖି ମୁହଁ ଫୁଲାଇବା ଆରମ୍ଭ କରିଛନ୍ତି ।

ବିଧାନ ପରିଷଦ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କିରନ ରିଜିଜୁ ରାଜ୍ୟସଭାକୁ ସୂଚନା ଦେବାକୁ ଯାଇ କହିଥିଲେ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ବିଧାନସଭାରେ କୌଣସି ରିଜୋଲ୍ୟୁସନ ବା ପ୍ରସ୍ତାବ ଆସିନାହିଁ। ଯାହାକୁ ରାଜ୍ୟରେ ବିଜେଡି ନେତା ଖାରଜ କରିବା ସହିତ କେନ୍ଦ୍ରକୁ କଡା ଜବାବ ଦେଇଛନ୍ତି ।

ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟ ସରକାର ବିଧାନ ପରିଷଦ ସଂକଳ୍ପ ନକଲ ଲୋକସଭା, ରାଜ୍ୟସଭା ସଚିବ, ଆଇନ ଏବଂ ଆଇନ ମନ୍ତ୍ରଣାଳୟର ସଚିବ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟକୁ ପଠାଇଛନ୍ତି ଏବଂ ଭୁବନେଶ୍ୱରରେ ସଂସଦୀୟ ବ୍ୟାପାର ବିଭାଗର କମିଶନର ତଥା ସଚିବଙ୍କୁ ଚିଠି ପଠାଯାଇଛି। ଯଦି ରାଜ୍ୟ ସରକାର ଗୋଟିଏ ନୁହେଁ 4ଟି ଠିକଣାରେ  ଚିଠି ପଠାଇଥିଲେ ତାହେଲେ କଣ କେହି ଚିିଠି ଗ୍ରହଣ କରି ନାହାନ୍ତି । ଠିକଣା ଜାଗାରେ ଚିଠି ପହଂଚିଛି କି ନାହିଁ ରାଜ୍ୟ ସରକାର କଣ କେବେ ବୁଝିନଥିଲେ?

ସେପ୍ଟେମ୍ବର 18, 2018ରେ କେବଳ ଥରେ ନୁହେଁ, ଯେତେବେଳେ କେନ୍ଦ୍ର ଦ୍ୱାରା କୌଣସି ପ୍ରଶ୍ନ ଉଠିଥିଲା, ଓଡିଶା ବିଧାନସଭା ଦ୍ୱାରା ଉତ୍ତର ପ୍ରଦାନ କରାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି। ଆଇନ ମନ୍ତ୍ରଣାଳୟର ଉତ୍ତର ଦୁର୍ଭାଗ୍ୟଜନକ। ଏହା ପୂର୍ବରୁ ସଂସଦରେ ଯେତେବେଳେ ଏହି ପ୍ରସଙ୍ଗ ଉଠିଥିଲା ​ସେତେବେଳେ କେନ୍ଦ୍ର ଦ୍ୱାରା କୌଣସି ଉତ୍ତର ଦିଆଯାଇ ନଥିଲା। ଯେତେବେଳେ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ପୁଣିଥରେ ସଂସଦକୁ ପଚାରିଥିଲେ ଯେ ବିଧାନ ପରିଷଦ ଗଠନ ବିଳମ୍ବ ହେଉଥିବାରୁ ପଚାରିଥିଲେ । ସେପ୍ଟେମ୍ବର 6, 2018ରେ ବିଧାନସଭା ପରିଷଦ ନେଇ ସଂକଳ୍ପ ପାରିତ ହେବା ପରେ ରାଜ୍ୟ କୌଣସି ଉତ୍ତର ପାଇ ନାହିଁ। ଏହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସାଂସଦ ଆଚାର୍ଯ୍ୟ ରିଜିଜୁଙ୍କୁ ପଚାରିଥିଲେ ଯେ ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ବିଧାନସଭା ସର୍ବସମ୍ମତି କ୍ରମେ ଗ୍ରହଣ କରିଛି । କେନ୍ଦ୍ର ସରକାର ସମ୍ବିଧାନର ଧାରା 169 ଅନୁଯାୟୀ ପରିଷଦ ଗଠନ କରିବାକୁ ଯୋଜନା କରୁଛନ୍ତି କି? ପ୍ରଶ୍ନର ଉତ୍ତରରେ ରିଜିଜୁ କହିଛନ୍ତି ଯେ ରେକର୍ଡ ଅନୁଯାୟୀ ସରକାର କୌଣସି ପ୍ରସ୍ତାବ ଗ୍ରହଣ କରିନାହାନ୍ତି।

Related Articles

Leave a Reply

Back to top button
error: Content is protected !!