?????
ବନ୍ଦିତା ମହିଳା ପ୍ରଦେଶ କଂଗ୍ରେସର ସଭାପତି
ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ବରିଷ୍ଠ ନେତ୍ରୀ ବନ୍ଦିତା ପରିଡାଙ୍କୁ ଓଡ଼ିଶା ମହିଳା କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତ କରାଯାଇଛି। କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଶ୍ରୀମତୀ ପରିଡାଙ୍କୁ ଓଡ଼ିଶା ନିଯୁକ୍ତ କରିଛନ୍ତି।
କଂଗ୍ରେସ ଦଳ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଦେଶ କଂଗ୍ରେସ କମିଟିରେ ମହିଳା କଂଗ୍ରେସର ରାଜ୍ୟ ସଭାପତି ଭାବେ ବନ୍ଦିତାଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ଏବେ ଏହାକୁ କଂଗ୍ରେସର ଅନ୍ତରୀଣ ସଭାପତି ଅନୁମୋଦନ ଦେଇଛନ୍ତି। ଏହା ବ୍ୟତୀତ ମରିନା କେଙ୍ଗଲାଙ୍ଗଙ୍କୁ ଅରୁଣାଚଳ ପ୍ରଦେଶ କଂଗ୍ରେସ ମହିଳା ଦଳର ମୁଖ୍ୟ ତଥା ସୁଧା ଭରଦ୍ୱାଜଙ୍କୁ ହରିଆଣା ମହିଳା କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରିଛନ୍ତି।