?????

ବାଗେଡିହିରେ ରାଷ୍ଟ୍ରାୟତ ବ୍ୟାଙ୍କ ଖୋଲିବା ନେଇ ଦାବି ପତ୍ରକୁ ଗ୍ରହଣ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଝାରସୁଗୁଡ଼ା: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଝାରସୁଗୁଡା ବାଗେଡିହି ଠାରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ପ୍ରତିଷ୍ଠା ଖୋଲିବା ଦାବି ନେଇ ପଠାଯାଇଥିବା ଦାବିପତ୍ରକୁ ଗ୍ରହଣ କରିଛନ୍ତି। କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ଦାବି ପତ୍ର ଦିଆଯାଇଥିଲା । ଯାହାକୁ ଅର୍ଥମନ୍ତ୍ରୀ ଗ୍ରହଣ କରିଛନ୍ତି ।
ଏହି ସ୍ଥାନରେ ବ୍ୟାଙ୍କ ଖୋଲିବା ନେଇ ସ୍ଥାନୀୟ ଲୋକଙ୍କ ଦାବିପତ୍ରକୁ ପ୍ରଥମେ ରାଜ୍ୟ ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପଠାଇଥିଲେ। ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହସ୍ତକ୍ଷେପ କରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ସମସ୍ତ କଥା କହିଥିଲେ। ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଦାବିପତ୍ରକୁ ଗ୍ରହଣ କରିଛନ୍ତି। ଏପ୍ରିଲରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।

Related Articles

Leave a Reply

Back to top button
error: Content is protected !!