?????

ଇବ୍ ନଦୀରେ ବୁଡି ନାବାଳକ ମୃତ

ବ୍ରଜଜନଗର: ଶନିବାର ସକାଳେ ଜଣେ 14 ବର୍ଷର ନାବାଳକ ଇବ୍ ନଦୀରେ ବୁଡ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରିଣ୍ଟୁ ପାୟରା। ସେ ବ୍ରଜରାଜନଗର ଲାମତିବାହାଲର ବାସିନ୍ଦା।

ଦୁଇ ଭାଇ ଇବ୍ ନଦୀ ଘାଟରେ ଖେଳୁଥିଲେ। ଆଉ ହଠାତ ଇବ୍ ନଦୀ ଭିତରେ ରିଣ୍ଟୁର ଗୋଡ ଖସି ଯାଇଥିଲା। ଆଉ ପହଁରିବା ଜାଣି ନ ଥିବାରୁ ସେ ବୁଡ଼ି ଯାଇଥିଲେ।

ଓରିଏଣ୍ଟ ପେପର ମିଲ ନିକଟରେ ଥିବା ଇବ୍ ଘାଟରେ ଶନିବାର ସକାଳ 6.30ରେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ 1 ଘଣ୍ଟା ଧରି ସର୍ଚ୍ଚ ଅପରେସନ କରିଥିଲା। ପରେ ଉଦ୍ଧାର ହୋଇଥିଲା ରିଣ୍ଟୁ। ଏହାପରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ରିଣ୍ଟକୁ ଡାକ୍ତର ମୃତ ଘୋଷଣା କରିଥିଲେ।

Related Articles

Leave a Reply

Back to top button
error: Content is protected !!