?????

ପିଲାଙ୍କୁ ମିଳିବ 37 ଦିନର ମଧ୍ୟାହ୍ନଭୋଜନ

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ ବନ୍ଦ ରହିଛି। ତେଣୁ ସରକାର ଏବେ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ବ୍ୟବହାର ହେଉଥିବା ଚାଉଳ ପିଲାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରୋଷେଇ ପାଇଁ ଖର୍ଚ୍ଚ ହେଉଥିବା ଅନ୍ୟାନ୍ୟ ଜିନିଷ ବାବଦରେ ପଇସା ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ସ୍କୁଲ ପିଲାଙ୍କୁ 37 ଦିନର (1 ଏପ୍ରିଲରୁ 30 ଜୁନ ପର୍ଯ୍ୟନ୍ତ ବିଦ୍ୟାଳୟ କାର୍ଯ୍ୟ ଦିବସ ପାଇଁ) ମଧ୍ୟାହ୍ନ ଭୋଜନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ କମିଟି ଉପସ୍ଥିତିରେ ସ୍କୁଲରେ ଚାଉଳ ବଣ୍ଟା ଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଗଣଶିକ୍ଷା ବିଭାଗ।

ଏହି ଚିଠିରେ ଚାଉଳ ବାଣ୍ଚିବା ବେଳେ ଯେମିତି ଗହଳି ନରୁହେ ସମସ୍ତେ କିଭଳି କରୋନା ଗାଇଡ୍ ଲାଇନ ପାଳନ କରିବେ ତାଉପରେ ଗୁରୁତ୍ୱ ଦେବାକୁ ଗଣଶିକ୍ଷା ବିଭାଗ କହିଛି। ସେହିପରି ସ୍କୁଲ କମିଟି ଓ ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ସ୍କୁଲରେ ଚାଉଳ ବଣ୍ଟା ଯିବ ବୋଲି ନିର୍ଦ୍ଦେଶ ରହିଛି।

Related Articles

Leave a Reply

Back to top button
error: Content is protected !!