?????

ଲଖନପୁର ଡଙ୍ଗାଘାଟରେ ବ୍ରିଜ ନିର୍ମାଣ ପାଇଁ ୨୭୪ କୋଟି ମଞ୍ଜୁର କଲା କେନ୍ଦ୍ର

ଝାରସୁଗୁଡା: ଜିଲ୍ଲାର ଲଖନପୁର ବ୍ଲକ ଭିକମପାଲି ଗ୍ରାମପଞ୍ଚାୟତର ଡଙ୍ଗାଘାଟରେ ତିଆରି ହେବା ଲମ୍ବା ସେତୁ । ଏହି ସେତୁର ଲମ୍ବା ତିନି କିଲୋମିଟର ରହିବ । ଡଙ୍ଗାଘାଟାରୁ ଏହି ସେତୁ ବରଗଡ ଜିଲ୍ଲା ଅନ୍ତର୍ଗତ ଅମ୍ବାଭନା ବ୍ଲକର ଜରିମୁଲି ଘାଟକୁ ସଂଯୋଗ କରିବ। ଏହି ତିନି କିଲୋମିଟର ଲମ୍ବ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ୨୭୪ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି।
ବରଗଡ ସାଂସଦ ସୁରେଶ ପୂଜାରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ୨୭୪ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି। ସାଂସଦ ଟୁଇଟ୍ କରି ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଡଙ୍ଗାଘାଟରୁ ବରଗଡ଼ ଜିଲ୍ଲା ଅମ୍ବାବନା ବ୍ଲକ ଜରିମୂଳ ଡଙ୍ଗାଘାଟ ପର୍ଯ୍ୟନ୍ତ ବ୍ୟାରେଜ ସହିତ ବ୍ରିଜ ନିର୍ମାଣ ନେଇ ସାଂସଦ ସୁରେଶ ପୂଜାରୀ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଭିତ୍ତିକରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହା ଉପରେ ଆବଶ୍ୟକ ତଥ୍ୟ ଗ୍ରହଣ କରି ଜଣାଇବାକୁ ନିର୍ଦେଶ ଦେଇଥିଲେ। ଗତବର୍ଷ ସେପ୍ଚେମ୍ବର ମାସରେ ଏହି ଚିଠିର ଆଧାରରେ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ ପାଇଁ ହୀରାକୁଦ ବେସିନ ବୁର୍ଲାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଓ ସାଂସଦ ସୁରେଶ ପୂଜାରୀ ସମେତ ଅନ୍ୟାନ୍ୟ ଅଧିକାରୀ ଡଙ୍ଗାଘାଟ ନିକଟକୁ ଆସି ସ୍ଥିତି ପରଖିଥିଲେ। ଏହି ବ୍ୟାରେଜ ନିର୍ମାଣ ହେବା ଦ୍ୱାରା କେତେ ଏକର ଚାଷ ଜମି ଜଳ ସୋଚିତ ହୋଇପାରିବ ଏହାର ଏକ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ କରିଥିଲେ।

 

ସାଂସଦ ପୂଜାରୀ ଏ ନେଇ ସେତେବେଳେ କହିଥିଲେ ହୀରାକୁଦ ବନ୍ଧ ନିର୍ମାଣ ପରେ ବହୁ ପରିବାର ପରସ୍ପର ଠାରୁ ବିଛିନ୍ନ ହୋଇଯାଇଛନ୍ତି। ସେମାନଙ୍କ ଭିତରେ ଜଳ ଭଣ୍ଡାର ବାଧକ ସାଜିଛି। ବହୁ ପରିବାର ଝାରସୁଗୁଡା ଜିଲ୍ଲାରେ ରହିଥିବା ସମୟରେ ଅନ୍ୟମାରେ ବରଗଡ଼ ଜିଲ୍ଲାରେ ଅଛନ୍ତି। ସେମାନେ ନିଜ ଭିତରେ ଯାତାୟତର ମାଧ୍ୟମ ସେଭଳି ନାହିଁ। ସେମାନଙ୍କୁ ଆବଶ୍ୟକ ସମୟରେ ୧୫୦କିଲୋମିଟର ବୁଲିବାକୁ ପଡୁଥିବା ପୂଜାରୀ କହିଥିଲେ। ବ୍ରିଜ ସହିତ ବ୍ୟାରେଜ ନିର୍ମାଣ ହେଲେ ଏହା ଅଞ୍ଚଳର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସାଂସଦ ଶ୍ରୀ ପୂଜାରୀ କହିଥିଲେ।

Related Articles

Leave a Reply

Back to top button
error: Content is protected !!