?????

ବଜରଙ୍ଗ ଦଳ କର୍ମୀ ହର୍ଷଙ୍କୁ ହତ୍ୟା, ଝାରସୁଗୁଡ଼ାରେ ଶ୍ରଦ୍ଧାଞ୍ଜଳି

ଝାରସୁଗୁଡ଼ା: କର୍ଣ୍ଣାଟକରେ ହତ୍ୟାର ଶିକାର ହୋଇଥିବା ବଜରଙ୍ଗ ଦଳ କର୍ମୀ ହର୍ଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଝାରସୁଗୁଡ଼ା ବଜରଙ୍ଗ ଦଳର ସଦସ୍ୟମାନେ । ମଙ୍ଗଳବାର ଝାରସୁଗୁଡ଼ା ବଜରଙ୍ଗ ଦଳର ସଦସ୍ୟମାନେ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।

କର୍ଣ୍ଣାଟକର ଶିବମୋଗାରେ ବଜରଙ୍ଗ ଦଳର କର୍ମୀ ହର୍ଷଙ୍କୁ ହତ୍ୟା ମାମଲାରେ ପୋଲିସ ରବିବାର 6 ଜଣଙ୍କୁ ଗିରଫ କରିସାରିଛି। ପୁଲିସ କହିଛି ଯେ, ହର୍ଷଙ୍କୁ ହତ୍ୟା ମାମଲାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଗୋଟିଏ ଦଙ୍ଗା ପାଇଁ ଏବଂ ଅନ୍ୟଟି 2016-2017 ରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ । ମୋଟ୍ 12 ଜଣଙ୍କୁ ପଚରାଉଚରା କରାଯାଉଛି । ଏମାନଙ୍କ ମଧ୍ୟରେ ସୟଦ ନଦୀମ, ଅଫସିଫୁଲ୍ଲା ଖାନ, ରେହାନ ଶରିଫ୍, ନିହାନ୍ ଓ ଅବଦୁଲ୍ ଅଫ୍ନାନ୍ ଆଦି ନାମ ରହିଛି ।

ଶିବାମୋଗା ଡେପୁଟି କମିସନର ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଏହି ଅଞ୍ଚଳରେ 144 ଧାରାକୁ ଦୁଇ ଦିନ ପାଇଁ ବଢ଼ାଇ ଦେଇଛନ୍ତି। ସୋମବାର ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ କିଛି ହିଂସାକାଣ୍ଡ ଘଟିଥିଲା, ଏହି ହିଂସାକାଣ୍ଡରେ ମହିଳା ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି।

ରବିବାର ରାତିରେ ଭାରତୀ କଲୋନୀର ରବି ବର୍ମା ଷ୍ଟ୍ରିଟରେ 23 ବର୍ଷୀୟ ବଜରଙ୍ଗ ଦଳ କର୍ମୀ ହର୍ଷଙ୍କୁ କେହି ଦୁର୍ବୃତ୍ତ ଛୁରାମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ତଥା ଶିବମୋଗା ବିଧାୟକ କେ. ଏସ୍. ଈଶ୍ୱରପ୍ପା ଏହି ହତ୍ୟାକାଣ୍ଡ ପାଇଁ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଗୁଣ୍ଡାମାନଙ୍କୁ ଦାୟୀ କରିଛନ୍ତି।

Related Articles

Leave a Reply

Back to top button
error: Content is protected !!