?????

ରାଜ୍ୟର ବିଭିନ୍ନ କଲେଜରେ ୯୧୪ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ଯୋଗ ଦେଲେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ୯୧୪ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ଯୋଗ ଦେଇଛନ୍ତି। ୩୨୧ ଜଣ ଅଧ୍ୟାପକ ତାଲିମ ମହାବିଦ୍ୟାଳୟରେ ଯୋଗ ଦେଇଥିବା ବେଳେ ୧୨୬ ଜଣ ଅଧ୍ୟାପକ ସରକାରୀ ମହାବିଦ୍ୟାଳୟରେ ଓ ୪୬୭ ଜଣ ଅଧ୍ୟାପକ ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଯୋଗ ଦେଇଛନ୍ତି। ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ନୂତନ କଲେଜ ଅଧ୍ୟାପକମାନଙ୍କ ପାଇଁ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭିଡିଓ କନଫେରନସିଂ ଜରିଆରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବ ନିଯୁକ୍ତ ଅଧ୍ୟାପକମାନଙ୍କୁ ଆହ୍ୱାନ କରି କହିଛନ୍ତି, ଛାତ୍ରଛାତ୍ରୀ କିଭଳି ଜାତୀୟ ସ୍ତର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ପ୍ରାୟସ କରନ୍ତୁ। ଯୁବ ଗୋଷ୍ଠୀଙ୍କ ଭବିଷ୍ୟତ ଆପଣଙ୍କ ହାତରେ। ନବ ନିଯୁକ୍ତ ଅଧ୍ୟାପକମାନେ ସମସ୍ତେ ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରତିଶ୍ରୁତିବଦ୍ଧ ହେବେ। ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦିଅନ୍ତୁ। ସେମାନଙ୍କ ଜ୍ଞାନର କ୍ଷେତ୍ରକୁ ବ୍ୟାପକ କରିବାରେ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କୁ ଆତ୍ମବିଶ୍ୱାସ ସହିତ ନୂଆ ଦୁନିଆରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ କରାନ୍ତୁ।

ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ଉଭୟ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ରେକର୍ଡ ସଂଖ୍ୟକ କଲେଜ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପ୍ରୟାସ ଫଳରେ ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ ଯେ ଏହା ଏକ ମହତ ବୃତ୍ତି। ତେଣୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସେମାନେ ନିଷ୍ଠାର ସହ କାମ କରିବା ଉଚିତ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଉତ୍କର୍ଷ ହାସଲରେ ସହାୟତା କରିବାକୁ ପରାମର୍ଶ ଦେଇଥିଲେ। ଏକ ଭଲ ସମାଜର ବିକାଶ ପାଇଁ ଭଲ ମଣିଷ ସୃଷ୍ଟି କରିବାକୁ ଉଦ୍ୟମ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ।

 

Related Articles

Leave a Reply

Back to top button
error: Content is protected !!