?????

ଏଣିକି ଇଞ୍ଜେକସନ ନୁହେଁ, ନାକରେ ଡ୍ରପ ପକାଇ କରୋନା ମୁକାବିଲା କରିପାରିବେ

ନୂଆଦିଲ୍ଲୀ: କରୋନା ମହାମାରୀ ଲଢ଼େଇରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନକୁ ଭାରତର ଡ୍ରଗ କଂଟ୍ରୋଲର ଜେନେରାଲ (ଡିସିଜିଆଇ) ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟା ଏ ନେଇ ସୂଚନା ପ୍ରଦାନ କରିଛନ୍ତି ।

ଏହାକୁ ସିଧାସଳଖ ନାକରେ ସ୍ପ୍ରେ କରି ନିଆଯାଇପାରିଥିବାରୁ ସମସ୍ତେ ଉପକୃତ ହେବେ । ଇଞ୍ଜେକ୍ସନ ପରି ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆଉ ନିର୍ଭର କରିବାକୁ ପଡିବନି । ଏହା ଦ୍ୱାରା ସମୟ ଏବଂ ଅର୍ଥ ଅପଚୟକୁ ମଧ୍ୟ ରୋକାଯାଇ ପାରିବ ।

ନାକରେ ରହି ଏହି ଭ୍ୟାକ୍ସିନ କୋଭିଡ ୧୯ ଏବଂ ଅନ୍ୟ ଜୀବାଣୁଙ୍କୁ ରୋକିବାରେ ସହାୟ ହେବ । ଏହା ଶରୀରର ଇମ୍ୟୁନିଟି କ୍ଷମତା ମଧ୍ୟ ବୃଦ୍ଧି କରିବ । ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହାକୁ ବ୍ୟବହାର କରିପାରିବେ । ନାକର ୨ ପୁଡାରେ ୨ଟି ଲେଖାଁଏ ୪ଟି ଡ୍ରପ ଏଥିପାଇଁ ଯଥେଷ୍ଟ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି । କୋଭାକ୍ସିନ ଓ କୋଭାଶିଲ୍ଡ ନେଇଥିବା ବ୍ୟକ୍ତି ଏହାକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିପାରିବେ।

Related Articles

Leave a Reply

Back to top button
error: Content is protected !!