?????

ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ

ରାଉରକେଲା: ଗୁରୁବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ଜିଲ୍ଲାରେ ବାକିଥିବା ଅଧୁରା ରେଳ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଏହି ଅବସରରେ ସେ ଦାବି କରିଥିଲେ। ଏଥିସହ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦଙ୍କୁ ଭେଟିଛନ୍ତି ଜୁଏଲ।

ଜିଲ୍ଲାରେ ତୃତୀୟ ରେଳ ଲାଇନ୍‌ ସମେତ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ‌ରେଳ ସେବା ଯୋଗାଇ ଦେବା ପାଇଁ ଜୁଏଲ ଅଶ୍ୱିନୀଙ୍କ ପାଖରେ ଦାବି କରିଥିଲେ। ଏଥିସହ ତାଳଚେର- ବିମଳାଗଡ, ରାଉରକେଲା ସ୍ବତନ୍ତ୍ର ରେଳ ଡିଭିଜନ୍‌ କାମ ଶେଷ କରିବାକୁ ଦାବି କରିଥିଲେ। ଜବାବରେ ମନ୍ତ୍ରୀ କହିଛନ୍ତି ସମସ୍ୟାର ସମାଧାନ ରହିବ। ରାଜ୍ୟ ପ୍ରତି କୌଣସି ଅବହେଳା ରହିବ ନାହିଁ।

ସେହିପରି ଇସ୍ପାତମନ୍ତ୍ରୀଙ୍କୁ ଭେଟି ଜିଲ୍ଲାରେ ଥିବା ଆଇଜିଏଚ ହସ୍ପିଟାଲରେ ଖାଲିଥିବା ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କ ପଦବୀ ପୂରଣ କରିବାକୁ ଦାବି କରିଥିଲେ। ସେହିପରି ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ।

Related Articles

Leave a Reply

Back to top button
error: Content is protected !!