?????

ହକି ବିଶ୍ୱକପ ଟ୍ରଫିକୁ ଜୋରଦାର ସ୍ୱାଗତ କଲେ ଝାରସୁଗୁଡାବାସୀ

ଝାରସୁଗୁଡା: ପୁରୁଷ ବିଶ୍ୱକପ ହକି ଟ୍ରଫିକୁ ଖେରୁଆଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି। ପରେ ରୋଡ଼ ସୋ’ କରି ଟ୍ରଫିକୁ ନିଆଯାଇଥିଲା। ଖେରୁଆଲ ବ୍ରିଜ ଠାରେ ହକି ବିଶ୍ୱକପ ଟ୍ରଫିକୁ ଝାରସୁଗୁଡା ପ୍ରଥମେ ସ୍ୱାଗତ କରିଥିଲେ। ଏହାପରେ ସେଠାରୁ ବଡମାଲ ଛକ, ସୁନାରୀମୁଣ୍ଡା ଛକ,ସରବାହାଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଆନନ୍ଦ ୱାର୍ଲଡ଼,ମନମୋହନ ସ୍କୁଲ ଠାରେ ପହଁଚିଥିଲା।

ମନମୋହନ ସ୍କୁଲ ଠାରେ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ଟ୍ରଫିକୁ ସ୍ଵାଗତ କରିଥିଲେ। ପରେ ପରେ ଟ୍ରଫିଟି ରେଳ ଷ୍ଟେସନ,ବସଷ୍ଟାଣ୍ଡ , ବଢ଼େଇମୁଣ୍ଡା ଓ କୋଲାବିରା ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ସ୍ଥାନରେ ଟ୍ରଫିକୁ ବିଭିନ୍ନ ସଂଗଠନ ମାନଙ୍କ ଦ୍ବାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ବୁଧବାର ହକି ବିଶ୍ୱକପ ଟ୍ରଫି ରୋଡ଼ ସୋ’ ପାଇଁ ଝାରସୁଗୁଡା ପୋଲିସ ପକ୍ଷରୁ ୩ପ୍ଲାଟୁନ ପୋଲିସ ଫୋର୍ସ, ୧୦ଜଣ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ସାମିଲ ରହିଥିଲେ। ଏହି ରୋଡ଼ ସୋ ରେ ବିଭିନ୍ନ ପ୍ରକାର ସାଂକୃତିକ କାର୍ଯ୍ୟକ୍ରମ ହୋଇଥିଲା । ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା। ମନମୋହନ ସ୍କୁଲ ପଡ଼ିଆରେ ଭବ୍ୟ ସମାରୋହ କରାଯାଇଥିଲା।

 

Related Articles

Leave a Reply

Back to top button
error: Content is protected !!