?????

ଏଣିକି ଭୋଟରଙ୍କ ଦ୍ୱାରା ଅଧ୍ୟକ୍ଷ ଏବଂ ମେୟର ନିର୍ବାଚିତ ହେବେ

ଭୁବନେଶ୍ୱର: ଏଣିକି ବିଜ୍ଞାପତି ପରିଷଦ ଅଞ୍ଚଳର ଅଧ୍ୟକ୍ଷ ପଦ ଏବଂ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ବିଭିନ୍ନ ସମୟରେ ଏହି ପଦ ପାଇଁ ଘୋଡା ବେପାର ହେଉଥିବା ଅଭିଯୋଗ ଆସୁଥିଲା। ତେଣୁ ଏବେ ଭୋଟର ନିଜ ନିଜ ଅଞ୍ଚଳ ପାଇଁ ମେୟର ଏବଂ ଅଧ୍ୟକ୍ଷ ପଦକୁ ଏବେ ସିଧାସଳଖ ନିର୍ବାଚିତ କରିପାରିବେ। ଏ ନେଇ ଶୁକ୍ରବାର (ଅଗଷ୍ଟ 13)ରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। 2018ରେ ଏ ନେଇ ବିଧାନସଭାରେ ଗୃହୀତ ହୋଇଥିଲା ବିଲ୍। ଏବେ ତିନି ବର୍ଷ ପରେ ରାଜ୍ୟ ସରକାର 1994 ମସିହାର ସଂଶୋଧିତ ଆଇନର ଚିଠା ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯଦି ଏହାକୁ ନେଇ କୌଣସି ଆପତ୍ତି ରହିଛି ତାହେଲେ ଲୋକମାନେ ମାସେ ମଧ୍ୟରେ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ଜଣାଇ ପାରିବେ।

ନୂଆ ନିୟମ ଅନୁଯାୟୀ, ବିଜ୍ଞପତି ପରିଷଦ ଅଞ୍ଚଳରେ କାଉନସିଲର ଏବଂ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ବେଳେ ଭୋଟ୍ ବାକ୍ସ ଅଲଗା ଅଲଗା ରହିବ। ସେହିପରି ମହାନଗର ନିଗମରେ ମଧ୍ୟ କର୍ପୋରେଟର ଏବଂ ମେୟର ପଦ ପାଇଁ ଅଲଗା ଅଲଗା ଭୋଟ୍ ବାକ୍ସ ରହିବ। ତେହେ ରଙ୍ଗ ଏବଂ ଭୋଟ୍ ବାକ୍ସ ରାଜ୍ୟ ନିର୍ବାଚନ କମିଶନର ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ, ଏବେର ବ୍ୟବସ୍ଥା ଅନୁଯାୟୀ କର୍ପୋରେଟରଙ୍କ ମଧ୍ୟରୁ କେହି ଜଣେ ମେୟର ଏବଂ କାଉନସିଲରଙ୍କ ମଧ୍ୟରେ କେହି ଜଣେ ଅଧ୍ୟକ୍ଷ ହେଉଥିଲେ। ତେଣୁ ପରୋକ୍ଷରେ ଲୋକଙ୍କ ଦ୍ୱାରା ଏହି ପଦବୀରେ ବସୁଥିବା ଲୋକେ ନିର୍ବାଚିତ ହେଉଥିଲେ। ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମେୟର ଏବଂ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଛି।

Related Articles

Leave a Reply

Back to top button
error: Content is protected !!