ଟିକାକରଣରେ ମାଇଲିଖୁଣ୍ଟ ଅତିକ୍ରମ କଲା ଓଡ଼ିଶା

0
73

ଭୁବନେଶ୍ୱର: ଓଡ଼ିଶା ଟିକାକରଣରେ ଏକ ମାଇଲିଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକା ଦିଆଯାଇଛି । ଆଜି ୧୩୪୪ ଟିକା କେନ୍ଦ୍ରରେ ୨ ଲକ୍ଷ ୪୩ ହଜାର ୭୨ ଡୋଜ୍ ଟିକା ଦିଆଯାଇଛି । ଏହାକୁ ମିଶାଇ ଆଜି ସୁଦ୍ଧା ୩ କୋଟି ୧୦ ଲକ୍ଷ ୫ ହଜାର ୯୮୭ ଡୋଜ୍ ଟିକା ଦିଆଯାଇଛି । ୨ କୋଟି ୨୦ ଲକ୍ଷରୁ ଅଧିକ ଲୋକ ୧ ଡୋଜ୍ ଟିକା ନେଇଥିବା ବେଳେ ଦୁଇ ଡେରଜ୍ ଟିକା ନେଇଛନ୍ତି । ୮୨ ଲକ୍ଷରୁ ଅଧିକ ଲୋକ ନେଇଛନ୍ତି ଦୁଇ ଡୋଜ୍ ଟିକା। ଏଭଳି ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ । ସେହିପରି ଦେଶରେ ମୋଟ ୮୭ କୋଟି ୬୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୬୪ କୋଟିରୁ ଅଧିକ ଲୋକ ୧ ଡୋଜ୍ ଟିକା ନେଇଥିବା ବେଳେ ୨୩ କୋଟିରୁ ଅଧିକ ଲୋକ ଦୁଇ ଡୋଜ୍ ନେଇଛନ୍ତି ।