ଜିଲ୍ଲାରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ

ଝାରସୁଗୁଡା: ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ଜିଲ୍ଲାରେ ସାଂଗଠନିକ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ବିଜେଡି ପ୍ରସ୍ତୁତି ଚଳାଇଛି। 2017ରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ସେତେବେଳେ ଏବେର ଝାରସୁଗୁଡା ବିଧାୟକ କଂଗ୍ରେସରେ ଥିଲେ। ତାଙ୍କ ନେତୃତ୍ୱରେ ସେ ସଫଳ ହୋଇଥୁଲେ ପଞ୍ଚାୟତ ନିର୍ବାଚନରେ। ଏବେ ସେ ବିଜେଡିକୁ ଆସିବା ପରେ ଜିଲ୍ଲାରେ ବିଜେଡି ଆହୁରି ମଜବୁତ ହୋଇଛି। ତେଣୁ ଆଗାମୀ ଦିନରେ ହେବାକୁ ଥିବା ଏହି ନିର୍ବାଚନରେ ବିଜେଡି ସମସ୍ତ 9ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବ ବୋଲି ବିଜେଡି ଉପସଭାପତି ତଥା ବରିଷ୍ଠ ପର୍ଯ୍ୟବେକ୍ଷେକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।
ଶୁକ୍ରବାର ଜିଲ୍ଲାରେ କାର୍ଯ୍ୟକାରିଣୀ ବୈଠକ ଅବସରରେ ସେ ଜିଲ୍ଲା ସଭାପତି କିଶୋର ମହାନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନେତୃତ୍ୱ ଯୋଗୁଁ ଜିଲ୍ଲାରେ ବିଜେଡି ମଜବୁତ ରହିଛି। ଆଗାମୀ ଦିନରେ ଦଳକୁ ଏହା ବେଶ ସଫଳତା ଦେବ ବୋଲି ସେ କହିଛନ୍ତି। ସେହିପରି ବୈଠକରେ ଯୋଗ ଦେଇଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂହ କହିଥିଲେ ଦଳ ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ।
ସେହିପିରି ମନ୍ତ୍ରୀ ନବ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ମଜବୁତ ଅଛି। ଆଗକୁ ଆହୁରି ମଜବୁତ ହେବ। ବୈଠକ ସଫଳ ହୋଇଛି ବୋଲି କିଶୋର ମହାନ୍ତି କହିଥିଲେ। ଏହି ବୈଠକରେ ଜିଲ୍ଲାର ବିଧାୟକ, ପ୍ରମୁଖ ନେତା ଏବଂ କର୍ମୀ ଆଦି ସାମିଲ୍ ହୋଇଥିଲେ।