?????

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥା ହୋଇଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, କୋଭିଡ୍ ଲଢ଼େଇରେ ବିଜୟୀ ହେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଭାରତରେ ମୃତ୍ୟୁ ହାର 1.08 ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହାର ହାର 0.39 ପ୍ରତିଶତ ରହିଛି। ସେହିପରି ଆରୋଗ୍ୟ ହାର 82.23 ପ୍ରତିଶତ ରହିଛି।

ରାଜ୍ୟରେ ଅକ୍ସିଜେନ 52.9MT ପ୍ରତିଦିନ ବ୍ୟବହାର ହେଉଥିବା ବେଳେ ଉତ୍ପାଦନ କ୍ଷମତା 155.51MT ରହିଛି। ତେବେ କେନ୍ଦ୍ର ସରକାର covishield vaccine ଯୋଗେଇ ଦେବାକୁ ସେ ଦାବି କରିଛନ୍ତି। କାରଣ 22 ଲକ୍ଷ ଲୋକ ଏବେ ଦ୍ୱିତୀୟ ଟିକା ନେବାକୁ ଅପେକ୍ଷା କରିଛନ୍ତି। ସେହିପରି B type ୧୫୦୦୦ ଓ D type ୧୫୦୦୦ oxygen cylinder ମୋଟ୍ ୩୦୦୦୦ ସିଲିଣ୍ଡର ଯୋଗାଇ ଦେବାକୁ ନବ ଦାସ ଦାବି କରିଛନ୍ତି। ଏହାବାଦ oxygen concentrators ଏବଂ ୫୦୦ଟି ଭେଣ୍ଟିଲେଟର ଯୋଗେଇ ଦେବାକୁ ସେ ଦାବି କରିଛନ୍ତି।

Related Articles

Leave a Reply

Back to top button
error: Content is protected !!