?????

ଝାରସୁଗୁଡା ଝିଅ ଅଗରତାଲାରେ ଅଟକ

ଅଗରତାଲା: ଦୁଇ ଜଣ ସାମ୍ୱାଦିକ ତ୍ରିପୁରାରେ ଅଟକ । ଏଥିମଧ୍ୟରୁ ଜଣେ ଝାରସୁଗୁଡାର ହୋଇଥିବାବେଳେ ଆଉ ଜଣେ ପଶ୍ଚିମ ଦିଲ୍ଲୀସ୍ଥିତ ରୋହିଣୀର ବୋଲି ଜଣାପଡିଛି । ଝାରସୁଗୁଡା ଝିଅ ଜଣଙ୍କର ବୟସ 21 ବୋଲି ଜଣାପଡିଛି । ତାଙ୍କ ନାମ କେ ସୁକନିଆ । 24 ବର୍ଷୀୟ ସ୍ୱର୍ଣ୍ଣ ଝା । ତ୍ରିପୁରାରେ ରହୁଥିବା ଧର୍ମନଗରସ୍ଥିତ ଏକ ହୋଟେଲରେ ରହୁଥିବା ବେଳେ ଅଟକ ରହିଥିବା ସୂଚନା ରହିଛି। ଏମାନେ ଦୁଇ ଜଣ ପେଶାରେ ସାମ୍ବାଦିକ ବୋଲି ଜଣାପଡିଛି। ରବିବାର ତ୍ରିପୁରା ପୁଲିସ ନୋଟିସ ଜାରି କରିଥିଲା। ପରେ ଗୌହାଟି ଯାଉଥିବା ବେଳେ ଦକ୍ଷିଣ ଆସାମର କରିମଗଞ୍ଜରେ ସେମାନଙ୍କୁ ଅଟକ ରଖାଯାଇଥିଲା।

ହେଲେ ସାମ୍ବାଦିକା ଭାବେ ପରିଚୟ ଦେଇଥିବା କ‌ୌଣସି ଗଣମାଧ୍ୟମ ସଂଗଠନର ଆଇଡି କାର୍ଡ ଦେଖାଇନପାରିବାରୁ ପୁଲିସ ଅଟକ ରଖିଛି।

Related Articles

Leave a Reply

Back to top button
error: Content is protected !!