?????

ଆଖି ସାମ୍ନାରେ ଚିକ୍କଣ କଥା କହି ଲୁଟି ନେଇଗଲେ ସୁନା ମୁଦି

ଝାରସୁଗୁଡା: ଆଜ୍ଞା ହଁ । ଗାଁ ଗାଁ ବୁଲି ସୁନା ମୋଦି ସଫା କରିଦେବେ କହି ଦୁଇ ଯୁବକ ବୁଲୁଥିଲେ। ହେଲେ ସୁଯୋଗ ପାଇ ଜଣେ ମହିଳାଙ୍କ ସୁନା ମୋଦି ଓ ଚେନ୍ ଲୁଟ୍ କରିନେଇଛନ୍ତି। ବ୍ରଜରାଜନଗର ଓରିଏଣ୍ଟ ଥାନାରେ ଘଟିଥିବା ଏହି ଘଟଣାକୁ ନେଇ ଜିଲ୍ଲାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ମାମଲାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ରବିବାର ଦୁଇ ଯୁବକ ଗାଡି ଆସିଥିଲେ ଅଭୟପୁର ଗାଁକୁ। ଏମାନେ ପୀତାମ୍ବରୀ ପାଉଡର ବିକ୍ରି କରିବାକୁ ଆସିଥିଲେ। ଏହି ପାଉଡରରେ ସୁନା ମୁଦି ଏବଂ ଚେନ୍ ଆଦି ସଫା କରାଯାଏ। ଏହି ସମୟରେ ଗାଁର ମହିଳା ଚୁମ୍‌କି ଦେବନାଥ ତାଙ୍କର ସୁନା ମୁଦି ଏବଂ ଚେନ୍ ସଫା କରିଦେବାକୁ କହିଥିଲେ। ଏହି ସମୟରେ ଦୁଇ ଯୁବକ ନିଜ ଉଦ୍ଦେଶ୍ୟ ପୂରଣ କରିବାକୁ ପ୍ରୟାସ କରିଥିଲେ। ବିକ୍ରି କରୁଥିବା ପୀତାମ୍ବରୀ ପାଉଡରରେ କିଭଳି ସୁନା ଓ ରୁପା ପରିସ୍କାର ହୁଏ ତାହା ଦେଖାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ସମୟରେ ଅସଲି ସୁନା ମୁଦି ଏବଂ ଚେନକୁ ନିଜ ପାଖରେ ରଖି ଦେଇଥିଲେ। ଆଉ ପାଉଡର ଭିତରେ ଅନ୍ୟ ଏକ ଜିନିଷ ପୁରାଇ ଦେଇଥିଲେ। ସଫା କରି ସାରିବା ପରେ ପୀତାମ୍ବରୀ ପାଉଡର ଭିତରେ ମୁଦି ରହିଛି 5 ମିନିଟ ପରେ ଖୋଲିବାକୁ କହିଥିଲେ।

କିନ୍ତୁ କିଛି ସମୟ ପରେ ଚୁମ୍‌କି ସେହି ପଲିଥିନ ଖୋଲିବା ପରେ ସେଥିରେ କିଛି ଚାଉଳ ମିଳିଥିଲା। ସେତେବେଳକୁ ଦୁଇ ଯୁବକ ଉଭୟ ମୁଦି ଓ ଚେନ୍‌ ନେଇ ଚମ୍ପଟ ମାରିଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି।

Related Articles

Leave a Reply

Back to top button
error: Content is protected !!