?????

ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ଝାରସୁଗୁଡା ବିଜେପି

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସରକାରୀ ବୈଠକରେ ବିଜେଡି କର୍ମୀଙ୍କ ଉପସ୍ଥିତିକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି ଝାରସୁଗୁଡା ବିଜେପି। ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏବଂ ଅନ୍ୟ ବିଜେପି ନେତା ଏକାଠି ହୋଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଆଗାମୀ ଦିନରେ ଏପରି ହେଲେ କୋର୍ଟଙ୍କ ଦ୍ୱାରସ୍ଥ୍ ହେବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି କୌଣସି ନିୟମର ଉଲ୍ଲଂଘନ ହୋଇନି।

ଟଙ୍କଧର ଜିଲ୍ଲାପାଳଙ୍କ ନିକଟରେ କରିଥିବା ଆବେଦନରେ ଉଲ୍ଲେଖ ରହିଛି, ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକ କରିବାର ମନ୍ତ୍ରୀଙ୍କର ଅଧିକାର ରହିଛି। ହେଲେ ଯେଉଁଭଳି ଭାବେ ବୈଠକକୁ ବିଜେଡି ନେତା ମାନେ ଆସିଥିଲେ ତାହା କେବେ ଗ୍ରହଣୀୟ ନୁହଁ। ଯଦି ଆଗାମୀ ଦିନରେ ମନ୍ତ୍ରୀ ଏପରି କରିବେ ତାହେଲେ କୋର୍ଟକୁ ଯିବେ ବୋଲି ଟଙ୍କଧର କହିଛନ୍ତି।

ତେବେ ପ୍ରତିକ୍ରିୟାରେ ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି, ବୈଠକରେ କୌଣସି ଉଲ୍ଲଂଘନ ହୋଇନି। ମନ୍ତ୍ରୀଙ୍କ ଲିଖିତ ଚିଠି କ୍ରମେ ବୈଠକରେ ଉପସ୍ଥିତ ହେବାକୁ ଥିବା ବ୍ୟକ୍ତିଙ୍କୁ ଡକାଯାଇଥିଲା। ତେଣୁ କୌଣସି ନିୟମର ଉଲ୍ଲଂଘନ ହୋଇନି ବୋଲି ଜିଲ୍ଲାପାଳ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!