?????

ହୋଲିକୁ ନା, ରାଜନୈତିକ ରାଲିକୁ ହଁ; ଅସନ୍ତୋଷ ପ୍ରକାଶ କଲେ ରଙ୍ଗ ବ୍ୟବସାୟ

ଭୁବନେଶ୍ୱର: ଚଳିତ ଥର କୋଭିଡ ସଂକ୍ରମଣ କମିବା ପରେ ରାଜ୍ୟ ସରକାର ବିଭିନ୍ନ ମଠ, ମନ୍ଦିର ଏବଂ ଧର୍ମାନୁଷ୍ଠାନକୁ ଖୋଲିବାକୁ ଅନୁମତି ଦେଇଛନ୍ତି । ଏଥିସହ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ନିୟମରେ କୋହଳ କରାଯାଇଛି। ଅନେକ ଲୋକ ଦୁଃଖ ଭିତରୁ ବାହାରି ଆଗକୁ ବଢିବାକୁ ପ୍ରୟାସ ମଧ୍ୟ କରୁଛନ୍ତି । ଆଉ ରଙ୍ଗର ପର୍ବ ହୋଲିରେ ରଙ୍ଗ ଲଗେଇ ଜୀବନକୁ ରଙ୍ଗୀନ କରିବାକୁ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ହେଲେ ହୋଲି ପାଇଁ ଚଳିତ ଥର ମଧ୍ୟ ପୂର୍ବ ଦୁଇ ବର୍ଷ ଭଳି ସରକାର କଟକଣା ଲଗାଇଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରଙ୍ଗ ବ୍ୟବସାୟୀ ।

ହୋଲି ଖେଳ ଉପରେ ସରକାର କଟକଣା ଲଗାଇଛନ୍ତି । ତେଣୁ ଲୋକେ ମଧ୍ୟ ଖେଳିପାରିବାର ସୁଯୋଗ ନାହିଁ । ତେଣୁ ଚଳିତ ଥର ମଧ୍ୟ ଆଉ ରଙ୍ଗ ବିକ୍ରି ହେଉନାହିଁ । ତେଣୁ ରଙ୍ଗ ବ୍ୟବସାୟୀ ଏବେ ନିଜର ପେଟ ପଟଣା ପାଇଁ ଚିନ୍ତାରେ । ସରକାର ଭିଡକୁ ରୋକିବା ପାଇଁ ହୋଲି ଉପରେ କଟକଣା ଲଗାଇଛନ୍ତି । ହେଲେ ରାଜନୈତିକ ରାଲି ବେଳେ କିମ୍ବା ମନ୍ଦିର ଭିତରେ କଣ ଗହଳି ରହୁନି କି ବୋଲି ବ୍ୟବସାୟୀ ପ୍ରଶ୍ନ କରିଛନ୍ତି । ସରକାର ନିୟମରେ ପାତର ଅନ୍ତର କରୁଛନ୍ତି ବୋଲି ବ୍ୟବସାୟୀ ଅଭିଯୋଗ କରିଛନ୍ତି । ସରକାର ନିଜର ସ୍ୱାର୍ଥ ଏବଂ ଭୋଟ୍ ରାଜନାତି ଉପରେ ଫୋକସ କରୁଛନ୍ତି । କିନ୍ତୁ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ଧ୍ୟାନ ଦେଉନଥିବା ବ୍ୟବସାୟୀ କହିଛନ୍ତି।

ଛୋଟ ପିଲାଙ୍କ ପାଇଁ ବ୍ୟବସାୟୀମାନେ କାର୍ଟୁନ ପିଚକାରୀର ପସରା ମେଲାଇଛନ୍ତି । ଛୋଟା ଭୀମ ସାଙ୍ଗକୁ ଡୋରେମନ ଭଳି କାର୍ଟୁନ ତିଆରି ହୋଇଛି ପିଚକାରୀରେ । ପୂର୍ବ ବର୍ଷ ଅପେକ୍ଷା ଏଥର ରଙ୍ଗ ଓ ପିଚକାରୀରର ଦାମ ଦୁଇ ଗୁଣା ହୋଇଯାଇଛି । କୋଭିଡ ପାଇଁ ଗତ ଦୁଇ ବର୍ଷ ହେବ ବେପାର ମାନ୍ଦା ଥିବାରୁ ଏଥର ସବୁ ସାମଗ୍ରୀର ଦାମ ବଢିଥିବା କହିଛନ୍ତି ବ୍ୟବସାୟୀ ।

Related Articles

Leave a Reply

Back to top button
error: Content is protected !!