?????

ପୌର ନିର୍ବାଚନରେ ବିଳମ୍ୱ, ଅଡୁଆରେ ନିର୍ବାଚନ କମିଶନର!

ଭୁବନେଶ୍ୱର: ଅଡୁଆରେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ। ତିନି ବର୍ଷରୁ ଅଧିକ ଦିନ ହୋଇଯାଇଛି ହେଲେ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର କୌଣସି ତାରିଖ ଘୋଷଣା କରୁ ନାହାନ୍ତି। ଏହାକୁ ନେଇ ରବିବାର ବିଜେପି ପ୍ରେସମିଟ୍ କରି ନିର୍ବାଚନ କମିଶନରଙ୍କ ବିରୋଧରେ ବର୍ଷିଛି। ତିନି ବର୍ଷ ହେବ ପୌର ସଂସ୍ଥା ଜନ ପ୍ରତିନିଧିଙ୍କ ବଦଳରେ ଆଇଏଏସଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହା ଗଣତନ୍ତ୍ର ପାଇଁ ଅସମ୍ମାନ ବୋଲି ବିଜେପି କହିଛି।

ଏବେର ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ ପଦରୁ ଭିଆରଏସ ନେଇଥିଲେ। ଏହାପରେ ରାଜ୍ୟ ସରକାର ତାଙ୍କୁ ନିର୍ବାଚନ କମିଶନର ପଦରେ ନିଯୁକ୍ତ କରିଛନ୍ତି। ଏହି ପଦରେ ଆଦିତ୍ୟ ପାଢ଼ୀ ବସିବା ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦରେ ଥିଲେ। ତେଣୁ ସାମ୍ୱାଧାନିକ ପଦରେ ବସିଲେ ମଧ୍ୟ ବିଜେଡି ପ୍ରତି ଆଦିତ୍ୟ ଆନୁଗତ୍ୟ ଦେଖାଉଛନ୍ତି ବୋଲି ରାଜ୍ୟ ବିଜେପିର ଉପସଭାପତି ତଥା ଆଇନଜୀବୀ ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି। ସେ କହିଛନ୍ତି ନିର୍ବାଚନ କମିଶନର କୋର୍ଟ ଯାଇ ନିର୍ବାଚନ ତାରିଖ ଘୋଷଣା ପାଇଁ ଅନୁମତି ଆଣିବା ଦରକାର। ନହେଲେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆସିବ ବୋଲି ବିଜେପି କହିଛି।

ଅନ୍ୟପଟେ ନିର୍ବାଚନ କମିଶନର ବିଜେପିର ନାଲି ଆଖି ଦେଖି ନିର୍ବାଚନ ତାରିଖ ଘୋଷଣା କଲେ ଅଡୁଆରେ ପଡ଼ିବା ଥୟ। କାରଣ ପୌର ନିର୍ବାଚନ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା ରହିବା କଥା ତାହା ସରକାର ପ୍ରସ୍ତୁତ କରି ନାହାନ୍ତି। ତେଣୁ ନିର୍ବାଚନ ପ୍ରକ୍ରିୟା ବିଳମ୍ୱ ହେଉଛି ବୋଲି କୁହାଯାଉଛି। ଯଦି ଆଦିତ୍ୟ ପାଢୀ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ତାହେଲେ ପାଓ୍ୱାର କରିଡରର ଆକ୍ରୋଶର ଶିକାର ହେବା ଥୟ। ଅନ୍ୟପଟେ ବିଜେପି କେନ୍ଦ୍ରରେ ଶାସକ ଦଜ। ସଂସଦରେ ମହାଭିଯୋଗ ପ୍ରସ୍ତାବ ଆସିଲେ ଆଦିତ୍ୟ ପାଢ଼ୀ ଏହି ସମ୍ମାନ ଜନକ ପଦରୁ ବିଦା ହେବା ଏକ ପ୍ରକାର ଥୟ।

ଗତକାଲି ବିଜେପିର ଏପରି ପ୍ରେସମିଟ୍ ପରେ ବିଜେଡି ନିର୍ବାଚନ କମିଶନଙ୍କ ପାଇଁ ଓକିଲାତି କରିଛି। ଦଳର ନେତା ଶ୍ରୀଯୁକ୍ତ ଲେନିନ ମହାନ୍ତି କହିଛନ୍ତି ସାମ୍ୱାଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କ ଏପରି ଟାର୍ଗେଟ କରିବା ନିନ୍ଦନୀୟ। ବିଜେପି କୋର୍ଟକୁ ଯିବା ଦରକାର ବୋଲି ସେ କହିଥିଲେ। ତେବେ ନିର୍ବାଚନ କମିଶନର ଏ ସଂକ୍ରାନ୍ତରେ ସୋମବାର ବି କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

Related Articles

Leave a Reply

Back to top button
error: Content is protected !!