?????

‘ମୋଦୀ ସରକାର ପାଇଁ ଝାରସୁଗୁଡା ଯୋଡି ହୋଇଛି ଅନ୍ୟ ରାଜ୍ୟ ସହିତ’

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଉଡାଣ ଦିବସ ପାଳନ କରାଯାଇଛି। ଏହି ସମାରୋହରେ ସାମିଲ ହୋଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସାମିଲ ହୋଇଥିଲେ। ଏହି ଅବସରରେ ମେକମାଇ ଟ୍ରିପ ଓ ଉଡାଣ ଯୋଜନା ମଧ୍ୟରେ ସହ ଚୁକ୍ତି ସ୍ୱାକ୍ଷର କରାଯାଇଛି।

ସ୍ୱାଧୀନତା ସଂଗ୍ରାମରେ ଝାରସୁଗୁଡା ମାଟିର ଅବଦାନକୁ ନେଇ ସ୍ଥାନୀୟ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଫଟୋଚିତ୍ର, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଝାରସୁଗୁଡାରୁ ଚଳାଚଳ କରିଥିବା ବିମାନର ଚିତ୍ର, ସମ୍ବଲପୁରୀବସ୍ତ୍ର ତଥା ବନ୍ଧକଳା ଆଦି ଏହି ପ୍ରଦାର୍ଶନରେ ସ୍ଥାନ ପାଇଥିଲା।

ଏହି ପ୍ରଦର୍ଶନକୁ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ଉଦଘାଟନ କରିବା ସହ ଅତିଥିଙ୍କ ଗହଣରେ ବୁଲି ଦେଖିଥିଲେ । ପରେ ଏକ ସଭାରେ ଯୋଗ ଦେଇ ସିନ୍ଧିଆ କହିଥିଲେ ଯେ ପୁରୀଠାରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ତିଆରି କରାଯିବ । ଏଥିପାଇଁ ରାଜ୍ୟ ସରକାର ରିପୋର୍ଟ ପ୍ରଦାନ କଲେ କାମ ଆରମ୍ଭ ହେବ।ଏହାସହ ଝାରସୁଗୁଡା ବିମାନ ବନ୍ଦର ପାଇଁ ଆବଶ୍ୟକ ୧୮୦ ଏକର ଜମି ଯୋଗାଇ ଦେଲେ ଦ୍ୱତୀୟ ଫେଜ କାମ ଆରମ୍ଭ ହେବ ବୋଲି ସେ କହିଥିଲେ ।

ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ  କହିଛନ୍ତି, ଝାରସୁଗୁଡ଼ା ଓଡ଼ିଶା ତଥା ଭାରତର ପାୱାର ହାଉସ । ଦେଶର ଯେ କୌଣସି ଉଦ୍ୟୋଗ ଯଦି ଝାରସୁଗୁଡ଼ା ସହିତ ଯୋଡି ହୋଇନାହିଁ, ତେବେ ସେ ଉଦ୍ୟୋଗ ଉଦ୍ୟୋଗ ନୁହେଁ । ସେହପରି କଳା ସଂସ୍କୃତି, ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟର ଝାରସୁଗୁଡ଼ା ଗନ୍ଥାଘର। ଝାରସୁଗୁଡାରେ ସବୁ ଥାଇ ମଧ୍ୟ ଏଠାରେ ବିମାନ ଗମନାଗମନ ଆରମ୍ଭ ହୋଇନଥିଲା।  ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଏଠାରେ ବିମାନ ଚଳାଚଳ କରିଥିଲା। କାଳକ୍ରମେ ଏହା ବନ୍ଦ ହୋଇଥିଲା, ତେବେ ଦେଶ ସ୍ୱାଧୀନ ହେବାପରେ ଦେଶରେ ବହୁ ସରକାର ଆସିଲେ ଗଲେ, ହେଲେ କୌଣସି ସରକାର ଝାରସୁଗୁଡାରୁ ବିମାନ ଚଳାଚଳ ପାଇଁ ଦୃଷ୍ଟି ଦେଲେ ନାହିଁ। ପିଏମ୍ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ ଲୋକଙ୍କୁ ସୁଗମନା ଗମନ ଯୋଗାଇବାର ଦୃଢ଼ ସଂକଳ୍ପ ଯୋଗୁଁ ଝାରସୁଗୁଡାର ବିମାନ ବନ୍ଦର ପୁନଃକାର୍ଯ୍ୟକ୍ଷମ ହୋଇ ପାରିଛି ବୋଲି ସେ କହିଛନ୍ତି।

ମୋଦି ସରକାରରେ ହିଁ ଏହା ସଫଳ ହୋଇଛି। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ୨ଲକ୍ଷ ୧୬ହଜାର ଯାତ୍ରୀ ୨୦୧୯-୨୦ରେ ଯାତ୍ରା କରିଥିବା ବେଳେ ୨ଲକ୍ଷ୪ ହାଜର ଯାତ୍ରୀ କରୋନା ସମୟରେ ୨୦୨୦-୨୧ ରେ ଯାତ୍ରା କରିଛନ୍ତି । ଯାହାକି ଦିଲ୍ଲୀ ଓ ମୁମ୍ବାଇବିମାନ ବନ୍ଦର ତୁଳନାରେ ମଧ୍ୟ ଅଧିକ ବୋଲି ସିନ୍ଧିଆ କହିଛନ୍ତି ।

Related Articles

Leave a Reply

Back to top button
error: Content is protected !!