?????

ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ, ଜଣଙ୍କର ମୃତ୍ୟୁ, ଅନେକ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡା:ଝାରସୁଗୁଡା ଜିଲ୍ଲାରେ ଝାଡାବାନ୍ତି ଆତଙ୍କ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବାଦିମାଲ ଗାଁର ପ୍ରିୟଙ୍କା ପ୍ରଧାନ।ଲଖନପୁର ବ୍ଲକ ବାଦିମାଲ ଓ ପିଥିଣ୍ଡା ଗାଁରେ ଏହି ଝାଡାବାନ୍ତି ଆତଙ୍କ ଦେଖାଦେଇଛି । ବାଦିମାଲ ଗାଁରେ10ରୁ ଅଧିକ ଆକ୍ରାନ୍ତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି। ସେହିପରି ପିଥିଣ୍ଡା ଗ୍ରାମରେ 26ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ 18 ଜଣ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବା ସହ ପିଥିଣ୍ଡା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

ମୌସୁମୀ ଋତୁରେ ବର୍ଷା ଏବେ ଜାରି ରହିଛି । ବିଭିନ୍ନ ସ୍ଥାନରେ ପାଣି ଭର୍ତ୍ତି ହୋଇ ରହିଛି। ଏପରି ସ୍ଥିତିରେ ଉଷୁମ ପାଣିବାକୁ ରାଜ୍ୟ ସରକାର ପରାମର୍ଶ ଦେଉଛନ୍ତି। ସେହିପରି ନଦୀ ପାଣି, ପୋଖରୀ ପାଣି ଆଦି ନପିଇବାକୁ ସରକାର କହିଛନ୍ତି। ପୂର୍ବରୁ ରାୟଗଡା ଜିଲ୍ଲା କାଶୀପୁରରେ ଏହି ଝାଡାବାନ୍ତି ଆତଙ୍କ ବ୍ୟାପିଥିଲା। ଏଥିରେ ଅନେକ ପ୍ରାଣ ହରାଇଛନ୍ତି। ଏବେ କିନ୍ତୁ ସେଠାରେ ସ୍ଥିତିରେ ପରିବର୍ତ୍ତନ ଆସୁଥିବା ସୂଚନା ରହିଛି।

Related Articles

Leave a Reply

Back to top button
error: Content is protected !!