?????

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲି ବିଜ୍ଞପ୍ତି: କିଏ ଯିବେ, କିଏ ବାଦ୍ ପଡିବେ ?

ଭୁବନେଶ୍ୱର: ଖାଲି ହେବାକୁ ଥିବା ତିନି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ଭୋଟ୍ ପଡ଼ିବ ବୋଲି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହାପରେ କିଏ ରାଜ୍ୟସଭାକୁ ଯିବେ ତାକୁ ନେଇ ସବୁଠି ବଢ଼ିଛି ସସପେନ୍ସ। ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେବାକୁ ଯାଉଛି।

କାର୍ଯ୍ୟକାଳ ଶେଷ ହେବାକୁ ଥିବା ନେତା କହିଛନ୍ତି, ନବୀନ ଏବଂ ଦଳ ଯେଉଁ ଦାୟିତ୍ୱ ଦେବେ ତାକୁ କାର୍ୟ୍ୟକାରୀ କରିବାକୁ ପ୍ରସ୍ତୁତ। ହେଲେ ଗଣମାଧ୍ୟମ ଆଗରେ ମନର କଥାକୁ କିଛି ନକହି ଦଳୀୟ ଶୃଙ୍ଖଳକୁ ଦେଖି ନିଜର ଇଚ୍ଛାକୁ ଚାପି ରଖିଥିବା ସୂଚନା ରହିଛି। ତେବେ ନବୀନ ସରପ୍ରାଇଜ ଗୋଟି ଖେଳିବାରେ ଓସ୍ତାଦ । ତେଣୁ କେହି ବି କିଛି ଆକଳନ କରିପାରୁ ନାହାନ୍ତି ।

କିନ୍ତୁ ରାଜ୍ୟସଭାରେ ପ୍ରସନ୍ନ ଏବଂ ଏନ ଭାକ୍ସର ରାଓଙ୍କ ତୁଳନାରେ କମ୍ ଦିନର ସଦସ୍ୟ ରହିଲେ ମଧ୍ୟ ନିଜର ଉପସ୍ଥାପନ ଏବଂ ଦକ୍ଷତା ପାଇଁ ସସ୍ମିତ ପାତ୍ର ସର୍ବାଗ୍ରେ ରହିଛନ୍ତି । ତେଣୁ ସସ୍ମିତଙ୍କୁ ଆଉ ଥରେ ୬ ବର୍ଷ ପାଇଁ ରାଜ୍ୟସଭାକୁ ପଠାଇ ପାରନ୍ତି ନବୀନ । ଅନ୍ୟ ଦୁଇ ନେତାଙ୍କୁ ଦଳ ପୁଣିଥରେ ଟିକେଟ ନଦେଇ ସଂଗଠନ କାମରେ ନିୟୋଜିତ କରିପାରେ।

ସେହିପରି ଅନେକ ନେତା ଦାବିଦାର ରହିଛନ୍ତି ତେଣୁ ବ୍ରଜରଜାନଗର ଉପନିର୍ବାଚନ ଫଳାଫଳ ପରେ ନବୀନ ସରକାର ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବା ସମ୍ଭାବନା ରହିଛି । ଦଳର ଯୁବ ନେତାଙ୍କୁ ମନ୍ତ୍ରୀ ପଦ ଦେଇ ପୁରୁଖା ନେତାଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗଡ ମଜବୁତ କରିବାକୁ ବିଜେଡି ସୁପ୍ରିମୋ ନିୟୋଜିତ କରିପାରନ୍ତି।

ଆଶାୟୀଙ୍କ ମଧ୍ୟରେ ନିକଟରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାସେଶ୍ୱରୀ ପାଣିଗ୍ରାହୀ, ଯୋଗେଶ ସିଂହ, ନଳିନୀ ପ୍ରଧାନ, ପ୍ରଭାସ ସିଂହଙ୍କ ସମେତ କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବାଲେଶ୍ୱର ବିଜେଡି ସଭାପତି ରବୀନ୍ଦ୍ର ଜେନା, ମହେଶ୍ୱର ମହାନ୍ତି, ପ୍ରସନ୍ନ ପାଟ୍ଟଶାଣୀ, ମାନସ ମଙ୍ଗରାଜଙ୍କ ଭଳି ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି।

Related Articles

Leave a Reply

Back to top button
error: Content is protected !!