?????

ଭିଏସଏସ ବିମାନ ବନ୍ଦର ଚାରିପାଖରେ ଲଗା ହେଲା ବିଭିନ୍ନ ପ୍ରକାରର ଗଛ

ଝାରସୁଗୁଡ଼ା : ‘ଆଜାଦୀ କା ଅମୃତ ମହୋତ୍ସବ ୨୦୨୨’ ଅବସରରେ ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସାମୂହିକ ଭାବେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିମାନ ବନ୍ଦରର ସମସ୍ତ ଅଧିକାରୀ ଓ କର୍ମଚାରୀ, ଯାତ୍ରୀ, ବିମାନ କର୍ମଚାରୀ, ସୁରକ୍ଷା କର୍ମୀ, ଠିକା କର୍ମଚାରୀ ଆଦି ସାମିଲ ହୋଇଥିଲେ ।

ଏହି ବୃକ୍ଷରୋପଣ ଅଭିଯାନରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହିରଣ୍ୟ କୁମାର ନାୟକ ଏବଂ ତାଙ୍କ ଟିମର ପରିବେଶ ବିଜ୍ଞାନୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଝାରସୁଗୁଡ଼ାର ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ (ଏଏଆଇ) କଲୋନୀର ଟର୍ମିନାଲ ବିଲ୍ଡିଂ, ଏଟିସି ବିଲ୍ଡିଂ ସମ୍ମୁଖରେ ଥିବା ଲେନ ଗୁଡ଼ିକରେ ନିମ୍ବ, ଦାରୁଚିନି, କରଞ୍ଜ, ବଉଳ ଭଳି ବିଭିନ୍ନ କିସମର ପ୍ରାୟ ୫୨ଟି ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହିରଣ୍ୟ କୁମାର ନାୟକ କହିଥିଲେ, ଆମ ପରିବେଶକୁ ସୁରକ୍ଷିତ ରଖିବାର ଏକମାତ୍ର ଏବଂ ସରଳ ଉପାୟ ହେଉଛି ବୃକ୍ଷରୋପଣ । ଆଉ ସମସ୍ତେ ଗଛ ଗୁଡିକୁ ବଞ୍ଚାଇବା ପାଇଁ ଶପଥ ନେଇଥିଲେ।

Related Articles

Leave a Reply

Back to top button
error: Content is protected !!