?????

ଭିଏସଏସ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେଲା ଏପିଏସୟୁୁ ଟିମ୍

ଝାରସୁଗଡା: ରବିବାର ଆୟୋଜିତ ହୋଇଥିବା ଭିଏସଏସ ଏୟାରପୋର୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଏପିଏସୟୁ ବିଜୟୀ ହୋଇଛି । ସ୍ପାଇସଜେଟକୁ ହରାଇ ଏପିଏସୟୁ ଏହି ମ୍ୟାଚ ବିଜୟୀ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଝାରସୁଗୁଡା ସୁପରିଟେଣ୍ଡେନଣ୍ଟ ବିକାଶ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାବାଦ ଓସିଏର ଯୁଗ୍ମ ସଚିବ ମେହତାବ ଖାନ୍, ଝାରସୁୁଗୁଡା ବିମାନ ବନ୍ଦରର ନିର୍ଦ୍ଦେଶକ ପବନ କୁମାର ଜୁଟସି ଏବଂ ବରିଷ୍ଠ ସାମ୍ବାଦିକ ଜୀବନ ମହାନ୍ତି ଯୋଗ ଦେଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ଏପିଏସୟୁ ଟିମର ଗଣେଷ ବେଷ୍ଟ କ୍ୟାଚ ପାଇଁ ପୁରସ୍କୃତ ହୋଇଥିବା ବେଳେ ନବୀନ ଭଲ ବ୍ୟାଟିଂ ପାଇଁ ପୁରଷ୍କୃତ ହୋଇଥିଲେ। ସେହିପରି ସ୍ପାଇସଜେଟ୍ ଟିମରୁ ମହମ୍ମଦ ଆସିଫ ମ୍ୟାନ ଅଫ୍ ଦ ସିରିଜ ଭାବେ ପୁରଷ୍କୃତ ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ମହମ୍ମଦ ଆସିଫ ମୋଟ୍ 5ଟି ମ୍ୟାଚରେ 210 ରନ୍ କରିଥିଲେ। ସ୍ପାଇସ ଜେଟ୍ ଟିମର ମୁକେଶ କୁମାର ଦାଶ ଭଲ ବୋଲର ଭାବେ ପୁରଷ୍କୃତ ହୋଇଥିଲେ। ଯିଏକି 12ଟି ଓ୍ୱିକେଟ ନେଇଥିଲେ।

Related Articles

Leave a Reply

Back to top button
error: Content is protected !!